ଓଡିଶା

odisha

ETV Bharat / business

‘5ରୁ 6 ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ’ - fuel price

ଆଗାମୀ 10 ଦିନ ପର୍ଯ୍ୟନ୍ତ ତେଲ ଦାମରେ ମନ୍ଥର ଜାରି ରହିବ । ଫଳରେ ପେଟ୍ରୋଲ ଏବଂ ଡିଜେଲ ଦାମ ଭାରୀ ମାତ୍ରାରେ ହ୍ରାସ ପାଇବ ।

wait for 10 days for bigger cut in retail fuel prices
‘5ରୁ 6 ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ’

By

Published : Mar 12, 2020, 2:04 PM IST

ନୂଆଦିଲ୍ଲୀ: ସୋମବାର ଅଶୋଧିତ ତୈଳ ଦାମରେ ଭାରୀ ହ୍ରାସ ପରେ ଏବେ ଘରୋଇ ବଜାରରେ ଦାମ କମିବା ନେଇ ଆଶା ରଖିଛନ୍ତି ଲୋକ । ତେବେ ଶସ୍ତା ପେଟ୍ରୋଲ ଓ ଡିଜେଲ ପାଇଁ ଉପଭୋକ୍ତାଙ୍କୁ ପାଖାପାଖି ଆହୁରି 10 ଦିନ ଅପେକ୍ଷା କରିବାକୁ ପଡିପାରେ ।

ଉତ୍ପାଦନରେ ହ୍ରାସକୁ ନେଇ ଋଷ ସହ ଆଲୋଚନା ବିଫଳ ପରେ ଓପେକ୍ ଦେଶଗୁଡିକ ଓଲଟା ଜବାବ ସ୍ବରୂପ ବଜାରରେ ଅଧିକ ତୈଳ ପମ୍ପ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଅଶୋଧିତ ତୈଳର ଦାମ ମଧ୍ୟ ହ୍ରାସ କରିଦିଆଯାଇଛି । ଏହା ପରେ ଅଶୋଧିତ ତୈଳ ଦାମ 30 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି।

ଅଶୋଧିତ ତୈଳ ଦାମରେ ଭାରୀ ହ୍ରାସ ପରେ ଗ୍ରାହକ ଏହାକୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲାଗୁ କରିବାକୁ ଦାବି କରୁଛନ୍ତି। ଏ ନେଇ ଇଣ୍ଡିଆନ ଅଏଲ କର୍ପୋରେସନର ଅଧିକାରୀ କହିଛନ୍ତି ଯେ, ଭାରତରେ ପେଟ୍ରୋଲିୟମ ଉତ୍ପାଦ ଦାମ ପ୍ରତି 15 ଦିନରେ ସଂଶୋଧନ କରାଯାଏ। ତେଣୁ ଗ୍ରାହକଙ୍କୁ ଅଧିକ ଫାଇଦା ପାଇଁ ଆଉ 10 ଦିନ ଅପେକ୍ଷା କରିବାକୁ ପଡିବ |

ଏଥିସହ ସେ ଆଶ୍ବସ୍ତି ଦେଇଛନ୍ତି ଯେ, ଆଗାମୀ 10 ଦିନ ପର୍ଯ୍ୟନ୍ତ ତେଲ ଦାମରେ ମନ୍ଥର ଜାରି ରହିବ । ଯାହା ଦ୍ବାରା ପେଟ୍ରୋଲ ଏବଂ ଡିଜେଲ ଦାମ ଭାରୀ ମାତ୍ରାରେ ହ୍ରାସ ପାଇବ । ଯଦି ଏଭଳି ହୁଏ ତେବେ ପେଟ୍ରୋଲ ଏବଂ ଡିଜେଲର ଦାମ ଲିଟର ପିଛା 5-6 ଟଙ୍କା ହ୍ରାସ କରାଯାଇପାରେ।

ABOUT THE AUTHOR

...view details