ମୁମ୍ବାଇ: ଅସ୍ଥିର ଭାରତୀୟ ପୁଞ୍ଜି ବଜାର(volatile trading at indian markets) । ଆଜି ପ୍ରାରମ୍ଭିକ କାରବାରରେ ସେନସେକ୍ସ ନାଲି ସଙ୍କେତରେ ଖୋଲିଥିଲା । ପରେ ପୁଣି ଏହା ସବୁଜକୁ ପରିବର୍ତ୍ତିତ ହୋଇଥିଲା । କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ୨୦୦ ପଏଣ୍ଟରୁ ଅଧିକ ହ୍ରାସ ସହ ୫୫,୨୧୮.୭୮ ପଏଣ୍ଟରେ ଥିଲା । ହେଲେ କିଛି ସମୟ ମଧ୍ୟରେ ଏହା ବୃଦ୍ଧି ପାଇ ୫୫,୮୩୩.୯୫ ପଏଣ୍ଟରେ ପହଞ୍ଚିଥିଲା ।
୩୦ ସେୟାର ଆଧାରିତ ବିଏସଇ ସେନସେକ୍ସ ସକାଳ କାରବାର ଅପେକ୍ଷା ପୂର୍ବାହ୍ନରେ ୧୨୧.୧୫ ପଏଣ୍ଟ ବା ୦.୨୨ ପ୍ରତିଶତ ବୃଦ୍ଧି ପାଇ ୫୫,୫୮୫.୫୪ ପଏଣ୍ଟରେ କାରବାର କରୁଛି । ପୂର୍ବ କାରବାରରେ ସେନସେକ୍ସ ୫୫,୪୬୪.୩୯ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ସକାଳେ ସେନସେକ୍ସ ୫୫,୦୪୯ ପଏଣ୍ଟ ତଳକୁ ଖସି ଆସିଥିଲା । ୫୦ ସେୟାର ଆଧାରିତ ଏନଏସଇ ସୂଚକାଙ୍କ ନିଫ୍ଟି ପୂର୍ବ କାରବାର ୧୬,୫୯୪.୯୦ ପଏଣ୍ଟ ତୁଳନାରେ ୫୨.୫୦ ପଏଣ୍ଟ ବା ୦.୩୨ ପ୍ରତିଶତ ବୃଦ୍ଧି ସହ ୧୬,୬୪୭.୪୦ ପଏଣ୍ଟରେ କାରବାର କରିଛି ।