ମୁମ୍ବାଇ: ଅରବପତି ବ୍ୟାଙ୍କର ଉଦୟ କୋଟକ ମହିନ୍ଦ୍ରା ବ୍ୟାଙ୍କରେ ନିଜର 2.8 ପ୍ରତିଶତ ଅଂଶଧନ ବିକ୍ରି କରିବେ । ଏହାକୁ 6,600 କୋଟି ଟଙ୍କାରେ ବିକ୍ରି କରିବେ କୋଟାକ ।
କୋଟାକଙ୍କର ବ୍ୟାଙ୍କରେ ଅଧିକ ଅଂଶଧନ ଥିବାରୁ ରିଜର୍ଭ ବ୍ୟାଙ୍କ ସହିତ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଥିଲା। ଏ ନେଇ କୋଟାକ 2018 ଡିସେମ୍ବରରେ ରିଜର୍ଭ ବ୍ୟାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି।
ଏହି ମାମଲା ନେଇ କୁହାଯାଇଛି କି, ‘‘ ବ୍ଲକ ଡିଲ ଜରିଆରେ ଅଂଶଧନକୁ କମ କରାଯିବ । ଏହି ଚୁକ୍ତି ଶୀଘ୍ର ହେବ । ଆଉ ଏହାର ଦର ପ୍ରତି ସେୟାର ପିଛା 1,215 ଟଙ୍କାରୁ 1,240 ଟଙ୍କାରେ ବିକ୍ରି ହେବ ।