ନୂଆଦିଲ୍ଲୀ:ଅନ୍ତରାଷ୍ଟ୍ରୀୟ ସ୍ତରରେ ତୈଳ ଦର ରେକର୍ଡ ସ୍ତରରେ ରହିଛି । ଅଶୋଧିତ ତୈଳ ଦର ବିଗତ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପ୍ରତି ବ୍ୟାରେଲ ପିଛା ୮୦ ଡଲାରରେ ପହଞ୍ଚିଛି । ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ପରିଲକ୍ଷିତ ହୋଇଛି । ସରକାରୀ ତୈଳ କମ୍ପାନୀମାନେ ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୨୦ ପଇସା ଓ ୨୫ ପଇସା ବୃଦ୍ଧି କରିଥିଲେ । ଯାହାପରେ ଜାତୀୟ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୦୧.୧୯ ଟଙ୍କାକୁ ବଢିଥିଲା । ହେଲେ ଆଜି ଭାରତୀୟ ବଜାରରେ ତୈଳ ଦର ସ୍ଥିର ରହିଛି ।
ଭାରତୀୟ ବଜାରରେ ଅପରିବର୍ତ୍ତିତ ତୈଳ ଦର - ଆଜିର ତୈଳ ଦର
ବୁଧବାର ପାଇଁ ପେଟ୍ରୋଲ ଓ ଡିଜେଲ ଦର ଜାରି କଲେ ତୈଳ କମ୍ପାନୀ । ଦେଶର ଅପରିବର୍ତ୍ତିତ ରହିଛି ତୈଳ ଦର । ଅଧିକ ପଢନ୍ତୁ...
ସରକାରୀ ତୈଳ କମ୍ପାନୀଗୁଡିକ ଆଜି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଦିଲ୍ଲୀରେ ଇଣ୍ଡିଆନ ଅଏଲ ପମ୍ପରେ ପେଟ୍ରୋଲ ୧୦୧.୩୯ ଟଙ୍କା ପ୍ରତି ଲିଟର ପିଛା ଏବଂ ଡିଜେଲ ୮୯.୫୭ ଟଙ୍କାରେ ବିକ୍ରି ହେଉଛି ।
IOCL ଅନୁଯାୟୀ, ଦେଶର ଚାରି ପ୍ରମୁଖ ମହାନଗରରେ ତୈଳ ଦର ଭିନ୍ନ ଭିନ୍ନ ରହିଛି । ମୁମ୍ବାଇରେ ଅଧିକ ମହଙ୍ଗା ରହିଛି ରେଟ୍ । ପେଟ୍ରୋଲ ଓ ଡିଜେଲରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଦ୍ବାରା ଲଗାଯାଉଥିବା ଟ୍ୟାକ୍ସ କାରଣରୁ ଦରରେ ଭିନ୍ନତା ଦେଖାଯାଇଛି । ଭାରତୀୟ ବଜାରରେ ଡିଜେଲ ୫ ଦିନ ମଧ୍ୟରେ ୯୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ଦର ୨୦ ପଇସା ମହଙ୍ଗା ହୋଇଛି ।