ଓଡିଶା

odisha

ETV Bharat / business

Share Market: କାରବାର ଆରମ୍ଭରୁ ୧୦୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ - ପୁଞ୍ଜି ବଜାର ଅପଡେଟ୍

କାରବାର ଆରମ୍ଭରୁ ୧୦୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ । 17,746.25ରେ କାରବାର କରୁଛି ନିଫ୍ଟି । ଅଧିକ ପଢନ୍ତୁ

Share Market: କାରବାର ଆରମ୍ଭରୁ ୧୦୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ
Share Market: କାରବାର ଆରମ୍ଭରୁ ୧୦୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ

By

Published : Feb 3, 2022, 1:38 PM IST

ମୁମ୍ବାଇ:ପୁଞ୍ଜି ବଜାରରୁ କମିଲା ବଜେଟ୍ ସପୋର୍ଟ । ଏଚଡିଏଫସି, ଇନଫୋସିସ୍ ଏବଂ ୱାପ୍ରୋ ଶେୟାରରେ ହ୍ରାସ ଯୋଗୁଁ ଆଜି କାରବାର ଆରମ୍ଭରେ ୧୦୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ। ବିଦେଶୀ ପାଣ୍ଠିର ଆଉଟଫ୍ଲୋ ଯୋଗୁଁ ଆଜି ବଜାର ପ୍ରଭାବିତ ହୋଇଥିବା ବ୍ୟବସାୟୀ କହିଛନ୍ତି । ପ୍ରାରମ୍ଭିକ କାରବାରରେ ୩୦ ସେୟାର ଆଧାରିତ ସୂଚାକାଙ୍କ ସେନସେକ୍ସ(Sensex)ରେ 116.47 ପଏଣ୍ଟ ବା 0.20 ପ୍ରତିଶତ ହ୍ରାସ ରେକର୍ଡ ହୋଇଛି । 116.47 ପଏଣ୍ଟ ହ୍ରାସ ସହ 59,441.86ରେ କାରବାର କରୁଛି ବିଏସଇ ସୂଚକାଙ୍କ ।

ସେପଟେ ନିଫ୍ଟି(Nifty) ମଧ୍ୟ 33.75 ପଏଣ୍ଟ ବା 0.19 ଖସି ଆସି 17,746.25ରେ ରହିଛି । ସେନସେକ୍ସ ପ୍ୟାକରେ ସକାଳେ ଏଚଡିଏଫସି ବ୍ୟାଙ୍କ ସବୁଠୁ ଅଧିକ କ୍ଷତି ସହିଛି । ଏହାର ଷ୍ଟକ ମୂଲ୍ୟ 1.10 ପ୍ରତିଶତ ହ୍ରାସ ପାଇଛି । ଏହାପଛକୁ ଟେକ୍ ମହିନ୍ଦ୍ରା, ଇନଫୋସିସ୍, ୱିପ୍ରୋ, ବଜାଜ ଫାଇନାନ୍ସ, ଏଚସିଏଲ ଟେକ୍ ଏବଂ କୋଟକ ବ୍ୟାଙ୍କ ଶେୟାର ଘାଟାରେ ରହିଛି ।

ଅପରପକ୍ଷେ, ଟାଇଟାନ, ଏସିଆନ ପେଣ୍ଟସ୍, ଆଟିସି, ମାରୁତି, ଏସବିଆଇ ଏବଂ ଏନଟିପିସି ଶେୟାରରେ ବୃଦ୍ଧି ରେକର୍ଡ ହୋଇଛି । ଏହାର ପୂର୍ବ କାରବାର ସେସନରେ ସେନସେକ୍ସ 695.76 ପଏଣ୍ଟ ବା 1.18 ପ୍ରତିଶତ ବୃଦ୍ଧି ପାଇ 59,558.33ରେ ବନ୍ଦ ହୋଇଥିଲା । ଏହିପରି ଭାବେ ନିଫ୍ଟି ମଧ୍ୟ 203.15 ପଏଣ୍ଟ ମଜବୁତ ହୋଇ 17,780.00ରେ କାରବାର ବନ୍ଦ କରିଥିଲା ।

ABOUT THE AUTHOR

...view details