ମୁମ୍ବାଇ:ଷ୍ଟକ ମାର୍କେଟରେ ନିରାଶ । ଆଜି କାରବାର ଆରମ୍ଭରୁ ସେନସେକ୍ସ ୩୦୦ ପଏଣ୍ଟ ହ୍ରାସ ପାଇଛି ( sensex slides 300 points) । ରିଲିଆନ୍ସ ଇଣ୍ଡଷ୍ଟ୍ରୀ, ଏଚଡିଏଫସି ଟ୍ବିନ୍ସ, କୋଟାକ ବ୍ୟାଙ୍କ ସେୟାର ମୂଲ୍ୟରେ ହ୍ରାସ ଯୋଗୁଁ ସେନସେକ୍ସ ତଳକୁ ଖସିଛି । ବୈଶ୍ବିକ ବଜାରରେ ନକରାତ୍ମକ ଟ୍ରେଣ୍ଡ(Negative trend in global markets) ଏବଂ ନିରନ୍ତର ବିଦେଶ ପୁଞ୍ଜି ଆଉଟଫ୍ଲୋ(continuous withdrawal of foreign funds) ମଧ୍ୟରେ ଆଜି କମ୍ପାନୀଗୁଡିକର ସେୟାର ଘାଟାରେ ପଡିଛି ।
ସୂଚନା ଅନୁଯାୟୀ, କାରବାର ଆରମ୍ଭରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(BSE)ର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ(Sensex) 319.82 ପଏଣ୍ଟ ବା 0.55% ହ୍ରାସ ସହ 57,581.32ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(National Stock Exchange) ନିଫ୍ଟି (Nifty) 91 ପଏଣ୍ଟ ବା 0.53% ଖସି 17,157.40ରେ କାରବାର ବନ୍ଦ କରିଛି ।