ନୂଆଦିଲ୍ଲୀ: ଉତ୍ସାହର ସହ ଖୋଲିଥିବା ସେୟାର ବଜାର ଘାଟାରେ ବନ୍ଦ ହୋଇଛି । ଗୁରୁବାର ବ୍ୟାଙ୍କ , ଧାତୁ ଓ ଶକ୍ତି କମ୍ପାନୀର ସେୟାର ଅଭିବୃଦ୍ଧି ଯୋଗୁଁ ଆରମ୍ଭରୁ କାରବାର ପ୍ରଫିଟରେ ଚାଲିଥିଲା । କିନ୍ତୁ ବହୁ ପ୍ରମୁଖ ସେୟାର ସୂଚକାଙ୍କ ଖସିବା ଯୋଗୁଁ ନିବେଶକଙ୍କୁ ଅନେକ କ୍ଷତି ସହିବାକୁ ପଡିଛି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 166.54 ପଏଣ୍ଟ କମି 37,104.28ରେ ବନ୍ଦ ହୋଇଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 53.70 ପଏଣ୍ଟର ହ୍ରାସ ସହ 10,982.00 ରେ କାରବାର ଶେଷ କରିଛି ।