ନୂଆଦିଲ୍ଲୀ: ଆଉ କେଇଟା ଦିନ ପରେ ଧନତେରସ । ପରମ୍ପରା ଅନୁଯାୟୀ ସୁନା-ରୂପା କିଣିବାକୁ ଚାହିଁବସିଛନ୍ତି ଲୋକେ । ଏନେଇ ଭାରତୀୟ ସରଫରା ବଜାରରେ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଛି ।
ଦାମ ଆକାଶଛୁଆଁ ହେଲେ ଗ୍ରାହକ ହାଲୁକା ଗହଣା କିଣିବାକୁ ପସନ୍ଦ କରନ୍ତି । ଏହାକୁ ନଜରରେ ରଖି ମେକିଂ ଚାର୍ଜରେ ରିହାତି ନେଇ ଅଫର ଦେଉଛନ୍ତି ଦେଉଛି ବେପାରୀ । ଦେଶର ବିଭିନ୍ନ ରାଜ୍ୟରେ ଏ ନେଇ ବିଶେଷ ଅଫର ଦିଆଯାଉଛି। ଗହଣା କିଣା ନେଇ ମେକିଂ ଚାର୍ଜ ଉପରେ ଜୟପୁରରେ 15ରୁ 25 ପ୍ରତିଶତ ଅହମ୍ମଦାବାଦରେ 50 ପ୍ରତିଶତ ଆଦି ଡିସକାଉଣ୍ଟ ରହିଛି ।
ଗତ ମାସରେ ଦେଶର ସରଫରା ବଜାରରେ 10 ଗ୍ରାମ ସୁନା 40 ହଜାର ଟପିଥିବା ବେଲେ ରୂପା କିଲୋ 50 ହଜାର ଡେଇଁଥିଲା ।