ଓଡିଶା

odisha

ETV Bharat / business

ଅଭିବୃଦ୍ଧି ରାସ୍ତାରେ ଜମ୍ମୁ କାଶ୍ମୀର, 3ମାସରେ 6ଲକ୍ଷ ଟନ ଫଳ ରପ୍ତାନୀ - kashmir fruit

ଗତ 3 ମାସରେ କାଶ୍ମୀର ଘାଟିରୁ ପ୍ରାୟ 6 ଲକ୍ଷ ଟନ ତାଜା ଫଳ ରପ୍ତାନୀ କରାଯାଇଛି । ଏ ନେଇ ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Oct 26, 2019, 5:38 PM IST

ନୂଆଦିଲ୍ଲୀ: ଧାରା 370 ଉଚ୍ଛେଦ ପରେ ଅଭିବୃଦ୍ଧି ରାସ୍ତାରେ ଜାମ୍ମୁ କାଶ୍ମୀର । ଗତ 3 ମାସରେ କାଶ୍ମୀର ଘାଟିରୁ ପ୍ରାୟ 6 ଲକ୍ଷ ଟନ ତାଜା ଫଳ ରପ୍ତାନୀ କରାଯାଇଛି । ଏ ନେଇ ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।


ବିଗତ 11 ଦିନ ଭିତରେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରରେ 3 ଟ୍ରକ ଡ୍ରାଇଭର ସମେତ 4 ଅଣ କାଶ୍ମିରୀଙ୍କୁ ହତ୍ୟା କରିଥିଲେ । ଏମାନେ ସେଓ ନେଇ ଯାଉଥିବା ସମୟରେ ଟ୍ରକ ଜଳି ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି ।

ତେବେ ଏ ନେଇ ମିଳିଥିବା ସୂଚନା ମୁତାବକ, ଗତ 3 ମାସରେ 41,672ଟ୍ରକରେ 5,88,123 ଟନ ତାଜା ଫଳ ବାହାର ରାଜ୍ୟକୁ ପଠାଯାଇଛି ।

ଏପଟେ ପରିବହନ ବିଭାଗର ପ୍ରଧାନ ସଚିବ ଅସଗର ହସନ ମାସୁନ ଏଠାରେ ଏକ ବୈଠକ କରି ଫଳ କାରବାର ପାଇଁ ଯାତାୟତ ବ୍ୟବସ୍ଥା ଭାର ନେଇଛନ୍ତି । ଏହି ବୈଠକରେ କୁଲଗାମ, ସୋପିୟା, ଅନନ୍ତନାଗ, ବାରାମୁଲା, ପୁଲୱାମା ଆଦି ଅଞ୍ଚଳର ଫଳ ଉତ୍ପାଦକ ୟୁନିଅନର ପ୍ରତିନିଧି ଉପସ୍ଥିତ ଥିଲେ ।

ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଚଳିତଥର ଅଗଷ୍ଟରେ ଘାଟିରୁ 5070 ଟ୍ରକରେ 66,492 ଟନ ଫଳ ବିକ୍ରି ହୋଇଛି । ସେହିପରି ସେପ୍ଟରରେ 11,837ଟ୍ରକରେ 1,64,072.66ଟନ ଏବଂ ଅକ୍ଟୋବରର 20 ସୁଦ୍ଧା 24,765 ଟ୍ରକରେ 3,57,558.30 ଟନ ଫଳ ବାହାରକୁ ଯାଇଛି ।

ABOUT THE AUTHOR

...view details