ମୁମ୍ବାଇ: ଘରୋଇ ଫ୍ୟୁଚର ବଜାରରେ ଶୁକ୍ରବାର ରୂପା ଦାମ କିଲୋ ପ୍ରତି 77,949 ଟଙ୍କାର ପହଞ୍ଚିଛି । ସେହିପରି ସୁନା ଦାମ 10 ଗ୍ରାମ ପ୍ରତି 56,191 ଟଙ୍କା ରହି ନୂଆ ରେକର୍ଡ କରିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଓ ରୂପା ଦାମରେ ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୂପା ଦାମ ବେଲଗାମ ହେବାରେ ଲାଗିଛି ।
ରୂପା କିଲୋ 78 ହଜାର ଟଙ୍କା, ନୂଆ ରେକର୍ଡ ସ୍ତରରେ ସୁନା - ରୂପା ଦାମ ଲାଟେଷ୍ଟ
କାରବାର ସପ୍ତାହର ଶେଷ ଦିନରେ ସୁନା ଓ ରୂପା ଦାମ ନୂଆ ରେକର୍ଡ ମୁହାଁ । ଲଗାତାର ବୃଦ୍ଧି ପାଉଥିବା ମହଙ୍ଗା ଧାତୁ ଦାମ ଆଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅଧିକ ପଢନ୍ତୁ..
![ରୂପା କିଲୋ 78 ହଜାର ଟଙ୍କା, ନୂଆ ରେକର୍ଡ ସ୍ତରରେ ସୁନା ରୂପା କିଲୋ 78 ହଜାର ଟଙ୍କା , ନୂଆ ରେକର୍ଡରେ ସୁନା](https://etvbharatimages.akamaized.net/etvbharat/prod-images/768-512-8328187-thumbnail-3x2-ldd.jpg)
ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସେପ୍ଟେମ୍ବର ଏକ୍ସପାଏରୀ ଚୁକ୍ତିନାମାରେ ଶୁକ୍ରବାର ସକାଳ 10.19 ରେ ରୂପା 243 ଟଙ୍କା ବା 0.33 ପ୍ରତିଶତ ବୃଦ୍ଧି ପାଇ 76,300 ଟଙ୍କାରେ କାରବାର କରିଥିଲା ବେଳେ ପୂର୍ବ କାରବାରରେ ରୂପା କିଲୋ ପିଛା 77,949 ଟଙ୍କା ଉଛୁଳିଥିଲା । ଯାହାକି ଏକ ନୂଆ ରେକର୍ଡ ସୃଷ୍ଚି କରିଛି । ତେବେ ପ୍ରାରମ୍ଭିକ ବାଣିଜ୍ୟ ସମୟରେ ରୂପା ଦାମ କିଲୋ ପିଛା 75,063 ଟଙ୍କାକୁ ମଧ୍ୟ ଖସିଥିଲା ।
କେଡିଆ ଆଡଭାଇଜରିର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ ସୁନା ଓ ରୂପା ବୃଦ୍ଧି ହେବାର ସମସ୍ତ କାରଣ ବର୍ତ୍ତମାନ ମଧ୍ୟ ରହିଛି, କିନ୍ତୁ ଅଧିକ ମୂଲ୍ୟରେ ଲାଭ ବୁକିଂର ଚାପ ଦେଖିବାକୁ ମିଳୁଛି । ଏହା ବ୍ୟତିତ ଡଲାର ମଜବୁତ ଓ ଫ୍ରାଇଡେ ଫ୍ୟାକ୍ଟ୍ରି ମଧ୍ୟରେ ସୁନା ଓ ରୂପା ଦାମରେ ଚାପ ବଢିବ ବୋଲି ସେ କହିଛନ୍ତି ।