ନୂଆଦିଲ୍ଲୀ: ଏପ୍ରିଲରେ ପାଖାପାଖୀ 7 ଲକ୍ଷ ଲୋକଙ୍କ ନିବେଶ ଖାତା ଯୋଡିଛି ମ୍ୟୁଚୁଆଲ ଫଣ୍ଡ ଉଦ୍ୟୋଗ । ଏହା ଦ୍ବାରା ମ୍ୟୁଚୁଆଲ ଫଣ୍ଡ ଉଦ୍ୟୋଗର ମୋଟ ଫୋଲିଓ ପରିମାଣ 9.04 କୋଟି ଟଙ୍କାରେ ପହଞ୍ଚିଛି ।
ଆସୋସିଏସ ଅଫ ମ୍ୟୁଚୁଆଲ ଫଣ୍ଡସ ଇନ ଇଣ୍ଡିଆ(ଏମ୍ଫି) କହିଛି ଯେ, ଏହାକୁ ମିଶାଇ ଲଗାତାର ଫୋଲିଓ ସଂଖ୍ୟାରେ ବୃଦ୍ଧି ହୋଇଛି । ଫୋଲିଓ ହେଉଛି ସେହି ସଂଖ୍ୟା ଯାହା ବ୍ୟକ୍ତିଗତ ନିବେଶ ଖାତାକୁ ଦିଆଯାଇଥାଏ । ଜଣେ ନିବେଶକଙ୍କର ଅନେକ ଫୋଲିଓ ରହିପାରିବ ।