ଓଡିଶା

odisha

ETV Bharat / business

ବଜାରରେ ଉତ୍ସାହ, ସେନସେକ୍ସ 976 ପଏଣ୍ଟ ଚଢିଲା - ମାର୍କେଟ ଅପଡେଟ

କାରବାର ସପ୍ତାହର ଶେଷ ଦିନରେ ସେୟାର ସୂଚକାଙ୍କ ଉପରମୁହାଁ ରହିଛି । ବିଏସଇ ସେନସେକ୍ସ 976 ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ନିଫ୍ଟି 15 ହଜାର ଉପରେ ଅଛି । ଅଧିକ ପଢନ୍ତୁ..

ବଜାରରେ ଉତ୍ସାହ, ସେନସେକ୍ସ  976 ପଏଣ୍ଟ ଚଢିଲା
ବଜାରରେ ଉତ୍ସାହ, ସେନସେକ୍ସ 976 ପଏଣ୍ଟ ଚଢିଲା

By

Published : May 21, 2021, 7:59 PM IST

ମୁମ୍ବାଇ: 2 ଦିନର ପ୍ରବଳ ହ୍ରାସ ପରେ ଶୁକ୍ରବାର ଜୋରଦାର ଉଛୁଳିଛି ପୁଞ୍ଜି ବଜାର । କାରବାର ସପ୍ତାହର ଶେଷ ଦିନରେ ସେୟାର ସୂଚକାଙ୍କ ଉପରମୁହାଁ ରହିଛି । ବିଏସଇ ସେନସେକ୍ସ 976 ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ନିଫ୍ଟି 15 ହଜାର ଉପରେ ଅଛି ।

ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ ଭଳି ପ୍ରମୁଖ ସେୟାର ବୃଦ୍ଧି ହୋଇଛି । ଫଳରେ ଘରୋଇ ଇକ୍ୟୁଟି ମାର୍କେଟରେ ଅଭିବୃଦ୍ଧି ଦେଖାଦେଇଛି । ପ୍ରମୁଖ ଆର୍ଥିକ କମ୍ପାନୀର ପରିମାଣ ଭଲ ରହିବା ଦ୍ବାରା ନିବେଶକଙ୍କ ବଜାର ଉପରେ ବିଶ୍ବାସ ବଢିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 975.62 ପଏଣ୍ଟ ବଢି 50,540.48 ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 269.25 ପଏଣ୍ଟ ବୃଦ୍ଧି ହୋଇ 15,175.30 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ ସର୍ବାଧିକ 4 ପ୍ରତିଶତ ଲାଭରେ ଏଚଡିଏଫସି ବ୍ୟାଙ୍କ ରହିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ତ୍ରୟମାସିକ ପରିମାଣ ଭଲ ରହିବା ଦ୍ବାରା ସେୟାରର ପ୍ରଫିଟ ଦେଖାଦେଇଛି । ଦେଶର ସର୍ବବୃହତ୍ତ ବ୍ୟାଙ୍କ ଏସବିଆଇର ନିଟ ଲାଭ 2020-21 ର ଚତୁର୍ଥ ତ୍ରୟମାସରେ 80 ପ୍ରତିଶତ ବୃଦ୍ଧି ହୋଇ 6,450.75 କୋଟି ଟଙ୍କା ରହିଛି । ବିଶେଷ କରି ଫସିଥିବା ଋଣ ହ୍ରାସ ଯୋଗୁଁ ବ୍ୟାଙ୍କର ଲାଭ ବଢିଛି ।

ଏହା ବ୍ୟତିତ ଇଣ୍ଡସଇଣ୍ଡ ବ୍ୟାଙ୍କ , ଆଇସିଆଇସିଆଇ ବ୍ୟାଙ୍କ , ଆକ୍ସିସ ବ୍ୟାଙ୍କ ଓ ଏଚଡିଏଫସି ଆଦି ସେୟାର ବି ଲାଭରେ ଅଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 0.84 ପ୍ରତିଶତ ବଢିବା ସହ ବ୍ୟାରେଲ ପ୍ରତି 65.66 ଡଲାର ରହିଛି ।

ABOUT THE AUTHOR

...view details