ଓଡିଶା

odisha

ETV Bharat / business

ଟ୍ରେଡୱାର ସମାଧାନ ସଙ୍କେତ, 41 ହଜାର ଅତିକ୍ରମ କଲା ସେନସେକ୍ସ - UK general elections

17 ମାସ ଧରି ଲାଗି ରହିଥିବା ଆମେରିକା-ଚୀନ ଟ୍ରେଡୱାର ସମାଧାନ ଆଶା ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବିଜୟୀରେ ବଜାରରେ ଖୁସିର ଲହରୀ । ପୁଣି 41 ହଜାର ପାରେଇଛି ସେନସେକ୍ସ । ନିବେଶକ ମାଲାମାଲ ।

Sensex zooms 428 points; Nifty ends near 12,100
ଟ୍ରେଡୱାର ସମାଧାନ ସଙ୍କେତ, 41 ହଜାର ପାରେଇଲା ସେନସେକ୍ସ

By

Published : Dec 13, 2019, 4:58 PM IST

ନୂଆଦିଲ୍ଲୀ: 17 ମାସ ଧରି ଲାଗି ରହିଥିବା ଆମେରିକା-ଚୀନ ଟ୍ରେଡୱାରରେ ଲାଗିବ ବ୍ରେକ । ଏନେଇ ସହମତି ମିଳିବା ପରେ ଭାରତୀୟ ସେୟାର ବଜାରରେ ଖୁସିର ଲହରୀ । ଦିନ ଦ୍ବିପ୍ରହରରୁ ଉପରମୁହାଁ ସେୟାର ସୂଚକାଙ୍କ । ଏହି ଅଭିବୃଦ୍ଧି ସହ ବଜାର ବନ୍ଦ ସୁଦ୍ଧା ସେନସେକ୍ସ 41 ହଜାର ପାର କରିଛି ।

ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 428 ପଏଣ୍ଟ ବଢି 41,009.71.ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 114.90 ପଏଣ୍ଟ ବୃଦ୍ଧି ସହ 12,086.70ରେ କାରବାର ବନ୍ଦ ହୋଇଛି ।

ଆକ୍ସିସ ବ୍ୟାଙ୍କ, ବେଦାନ୍ତ, ମାରୁତି, ଇଣ୍ଡସଲାଣ୍ଡ ବ୍ୟାଙ୍କ, ୟସ ବ୍ୟାସ ସେୟାର ବଢିଥିବା ବେଳେ ଏୟାରଟେଲ , କୋଟାକ ବ୍ୟାଙ୍କ, ବଜାଜ ଅଟୋ, ଏସିଆନ ପେଣ୍ଟ, HDFC ବ୍ୟାଙ୍କ, HUL ସେୟାର ଖସିଛି ।

ଟ୍ରେଡର୍ସଙ୍କ ଅନୁସାରେ ଆମେରିକା -ଚୀନ ବେପାର ଯୁଦ୍ଧ ବୁଝାମଣାର ପ୍ରଥମ ପର୍ଯ୍ୟାୟରେ ପୂରଣ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବିଜୟୀ ଯୋଗୁଁ ସମଗ୍ର ବିଶ୍ବ ନିବେଶକ ଉତ୍ସାହିତ ।

ABOUT THE AUTHOR

...view details