ଓଡିଶା

odisha

ETV Bharat / business

3 ଦିନର ବମ୍ପର ପ୍ରଫିଟରେ ବିରାମ, 51 ହଜାର ତଳେ ସେନସେକ୍ସ

ଲମ୍ଭା ଲମ୍ଫ ପରେ ପୁଣି 51,000 ମାର୍କ ତଳକୁ ଖସିଲା ବିଏସଇ । ସେସେକ୍ସର 30 ସେୟାର ମଧ୍ୟରୁ 25 ଟି କ୍ଷତିରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ...

3 ଦିନର ବମ୍ପର ପ୍ରଫିଟରେ  ବିରାମ, 51 ହଜାର ତଳେ ସେନସେକ୍ସ
3 ଦିନର ବମ୍ପର ପ୍ରଫିଟରେ ବିରାମ, 51 ହଜାର ତଳେ ସେନସେକ୍ସ

By

Published : Mar 4, 2021, 5:32 PM IST

ମୁମ୍ବାଇ: ବଜାରରେ ବମ୍ପର ପ୍ରଫିଟରେ ଲାଗିଲା ବ୍ରେକ । ବୈଶ୍ବକ ବଜାରରେ ଦୁର୍ବଳ ସଙ୍କେତ ପ୍ରଭାବରେ ସଙ୍କୁଚିତ ହେଲା ଘରୋଇ ବଜାର । ଗୁରୁବାର ପୁଞ୍ଜିବଜାର ରେଡ ଆଲର୍ଟରେ ବନ୍ଦ ହୋଇଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 598.57 ପଏଣ୍ଟ ହ୍ରାସ ହୋଇ 50,846.08 ପଏଣ୍ଟରେ ବନ୍ଦ ହୋଇଛି । କାରବାର ସମୟରେ ସେନସେକ୍ସ 905 ପଏଣ୍ଟ ତଳକୁ ଖସିଥିଲା । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 164.85 ପଏଣ୍ଟ କମି 15,080.75 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସ ଚାର୍ଟରେ ଏଚଡିଏଫସି, ଏଲ ଆଣ୍ଡ ଟି, ଏସବିଆଇ, ଆକ୍ସିସ ବ୍ୟାଙ୍କ, ବଜାଜ ଫିନସର୍ଭ ଓ ଏଚଡିଏଫସି ବ୍ୟାଙ୍କ ସେୟାର 2.62 ପ୍ରତିଶତ ହ୍ରାସ ହୋଇଛି । ସେସେକ୍ସର 30 ସେୟାର ମଧ୍ୟରୁ 25 ଟି କ୍ଷତିରେ ବନ୍ଦ ହୋଇଛି ।

ଏହା ପୂର୍ବରୁ ଗତ 3 କାରବାର ଦିବସରେ ସେନସେକ୍ସ ମୋଟ ମିଶାଇ 2,344.66 ପଏଣ୍ଟ ଅର୍ଥାତ 4.77 ପ୍ରତିଶତ ଓ ନିଫ୍ଟି 716.45 ପଏଣ୍ଟ ବଢିଥିଲା । ସେୟାର ବଜାର ତଥ୍ୟ ଅନୁସାରେ ବିଦେଶୀ ନିବେଶକ ବୁଧବାରକୁ ଭାରତୀୟ ପୁଞ୍ଜି ବଜାରରେ ନିଟ ଆଧାରରେ 2,088.70 କୋଟି ଟଙ୍କାର ସେୟାର କିଣିଛି । ସେହିଭଳି ଏସିଆନ ବଜାରରେ ମଧ୍ୟ ଗୁରୁବାର ହ୍ରାସ ଦେଖାଦେଇଛି ।

ଏଥିମଧ୍ୟରେ ବୈଶ୍ବିକ ଅଶୋଧିତ ତୈଳର ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ 1.16 ପ୍ରତିଶତ ବଢି ବ୍ୟାରେଲ ପ୍ରତି 64.73 ଡଲାର ଅଛି ।

ABOUT THE AUTHOR

...view details