ଓଡିଶା

odisha

ETV Bharat / business

କୋରୋନା କହରରେ କମ୍ପିଲା ପୁଞ୍ଜି ବଜାର, ଧରାଶାୟୀ ସେୟାର ସୂଚକାଙ୍କ

କୋରୋନା ରୂପି ଭୂକମ୍ପରେ ଥରିଲା ପୁଞ୍ଜି ବଜାର । ସୋମବାର ସେନସେକ୍ସ 833 ପଏଣ୍ଟ କମିଛି । ଯେତେବେଳେ କି ନିଫ୍ଟି 14,400 ପଏଣ୍ଟ ସ୍ତରକୁ ଖସିଛି । ଅଧିକ ପଢନ୍ତୁ..

By

Published : Apr 19, 2021, 8:40 PM IST

Sensex tanks 883 points as rising COVID-19 cases spooks market; Nifty below 14,400
Sensex tanks 883 points as rising COVID-19 cases spooks market; Nifty below 14,400

ମୁମ୍ବାଇ: ଦେଶରେ ବଢିଚାଲିଛି କୋଭିଡ ସଂକ୍ରମଣ ମାମଲା । ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି ପୁଞ୍ଜି ବଜାରରେ । ସୋମବାର ସେନସେକ୍ସ 833 ପଏଣ୍ଟ କମିଛି । ଯେତେବେଳେ କି ନିଫ୍ଟି 14,400 ପଏଣ୍ଟ ସ୍ତରକୁ ଖସିଛି ।

କାରବାରୀ କହିଛନ୍ତି କି କିଛି ରାଜ୍ୟ ମହାମାରୀକୁ ନିୟନ୍ତ୍ରଣ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଯାହା ଦ୍ବାରା ଅର୍ଥବ୍ୟବସ୍ଥାର ପୁନରୁଦ୍ଧାରକୁ ନେଇ ଆଶଙ୍କା ଦେଖାଦେଇଛି । ଏହା ବ୍ୟତୀତ ଟଙ୍କା ମୂଲ୍ୟ ପ୍ରବଳ ପରିମାଣରେ ହ୍ରାସ ହୋଇଛି । ଫଳରେ ବଜାର ଧାରଣା ପ୍ରଭାବିତ ହୋଇଛି ।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ କାରବାର ସମୟରେ 1,469 ପଏଣ୍ଟ ଖସିଛି । ପରେ ଏହା 882.61 ପଏଣ୍ଟ କମି 47,949.42 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 258.40 ପଏଣ୍ଟ କମି 14,359.45 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସ କମ୍ପାନୀ ମଧ୍ୟରେ ପାୱରଗ୍ରୀଡର ସେୟାର ସର୍ବାଧିକ 4.17 ପ୍ରତିଶତ କମିଛି । ଓଏନଜିସି, ଇଣ୍ଡସଇଣ୍ଡ ବ୍ୟାଙ୍କ, କୋଟାକ ବ୍ୟାଙ୍କ, ଏଲଆଣ୍ଡଟି, ବଜାଜ ଫିନସର୍ଭ , ଏସିଆନ ପେଣ୍ଟସ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସେୟାର ବି କ୍ଷତିରେ ରହିଛି । ଅନ୍ୟପଟେ ଡ. ରେଡ୍ଡୀଜ ଓ ଇମ୍ଫୋସିସର ସେୟାର 1.58 ପ୍ରତିଶତ ଯାଏଁ ଉଛୁଳିଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ 0.25 ପ୍ରତିଶତ ହ୍ରାସ ହୋଇ ବ୍ୟାରେଲ ପ୍ରତି 66.60ରେ କାରବାର କରୁଛି ।

ABOUT THE AUTHOR

...view details