ଓଡିଶା

odisha

By

Published : Aug 5, 2019, 12:30 PM IST

ETV Bharat / business

କାଶ୍ମୀର ବିବାଦରେ ବଜାର ବେହାଲ , ରେଡ ଆଲର୍ଟରେ କାରବାର

ସପ୍ତାହର ପ୍ରଥମ ଦିନରେ କାରବାର ଆରମ୍ଭରୁ ଭାରୀ ମାତ୍ରାରେ ହ୍ରାସ ପାଉଛି ସେନସେକ୍ସ। କାଶ୍ମୀର ବିବାଦକୁ ନେଇ ବଜାର ହାଲ ଏପରି ରହିଥିବା ଜଣାପଡିଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କାଶ୍ମୀର ଟେନସନରେ ବଜାର ବେହାଲ । ରାଜନୈତିକ ଛକାପଞ୍ଝା ମଧ୍ୟରେ ରେଡ ଆଲର୍ଟରେ କାରବାର ଆରମ୍ଭ ହୋଇଛି । ପ୍ରଥମରୁ ସେୟାର ଲଗାତାର ହ୍ରାସ ପାଇବାରେ ଲାଗିଛି ।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 575.34 ପଏଣ୍ଟ କମି 36,542.88ରହିଛି । ଏପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 180.65ପଏଣ୍ଟ ଖସି 10,816.70 ରେ କାରବାର କରୁଛି।

ତେବେ ବର୍ତ୍ତମାନ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ ଜାମ୍ମୁ କାଶ୍ମୀରର ପୁର୍ନଗଠନ ଓ ଧାରା ୩୭୦ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏ ନେଇ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ହୋଇଛି । ଏବେ ଦେଖିବାକୁ ବାକି ରହିଲା କେନ୍ଦ୍ରର ଏହି ନିଷ୍ପତ୍ତି ବଜାର ଉପରେ କିପରି ପ୍ରଭାବ ପକାଇବ?

ABOUT THE AUTHOR

...view details