ଓଡିଶା

odisha

ETV Bharat / business

ଲଗାତାର ପଏଣ୍ଟ ହରାଉଛି ସେନସେକ୍ସ, କ୍ଷତିରେ ବନ୍ଦ ବଜାର - ମାର୍କେଟ ରାଉଣ୍ଡଅଫ

15 ହଜାର ତଳକୁ ଖସିଲା ନିଫ୍ଟି । ସେପଟେ ସେନସେକ୍ସ ଶୁକ୍ରବାର କାର ଶେଷ ସୁଦ୍ଧା 435 ପଏଣ୍ଟ ଖସିଛି । ଅଧିକ ପଢନ୍ତୁ..

ଲଗାତାର ପଏଣ୍ଟ ହରାଉଛି ସେନସେକ୍ସ , କ୍ଷତିରେ ବନ୍ଦ ବଜାର
ଲଗାତାର ପଏଣ୍ଟ ହରାଉଛି ସେନସେକ୍ସ , କ୍ଷତିରେ ବନ୍ଦ ବଜାର

By

Published : Feb 19, 2021, 5:05 PM IST

ମୁମ୍ବାଇ: ଆଜି ବି ରେଡ ଆଲର୍ଟରେ ବନ୍ଦ ବଜାର । ଲଗାତାର 4 ଦିନ ଧରି ପୁଞ୍ଜି ବଜାର ତଳମୁହାଁ ରହିଛି । କାରବାର ସପ୍ତାହର ଶେଷ ଦିନ ଶୁକ୍ରବାର ଇକ୍ୟୁଟି ବେଞ୍ଚମାର୍କ ସେନସେକ୍ସ 435 ପଏଣ୍ଟ ହ୍ରାସ ହୋଇ 51 ହଜାର ତଶକୁ ଖସିଛି । ଆଇସିଆଇସିଆଇ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ ଓ ଏସବିଆଇ ସେୟାର ହ୍ରାସ ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 434.93 ପଏଣ୍ଟ ଖସି 50,889.76 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 137.20 ପଏଣ୍ଟ କମି 14,981.75 ରେ ପହଞ୍ଚିଛି ।

ସେନସେକ୍ସ ପ୍ୟାକ ମଧ୍ୟରେ ଓଏନଜିସି ସର୍ବାଧି 5 ପ୍ରତିଶତ ସହ ହ୍ରାସ ହୋଇଥିଲା ବେଳେ ଏସବିଆଇ, ଏକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ବଜାଜ ଅଟୋ ଓ ମାରୁତି ସେୟାର ତଳମୁହାଁ ଅଛି । ସେପଟେ

ଇଣ୍ଡସଇଣ୍ଡ ବ୍ୟାଙ୍କ , ଏଚୟୁଏଲ , ଡ ରେଡ୍ଡୀ , ଏଣ୍ଟିପିସି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ପ୍ରଫିଟରେ ରହିଛି ।

ଗତ ପାଞ୍ଚ ବାଣିଜ୍ୟ ଦିନରେ ବ୍ୟାକ୍ ଟୁ ବ୍ୟାକ୍ ଲାଭ ପଞ୍ଜିକରଣ କରିବା ପରେ ବ୍ୟାଙ୍କ ଏବଂ ଅଟୋ ଇଣ୍ଡେକ୍ସ ଗୁଡିକ 2-3 ପ୍ରତିଶତ ତୀବ୍ର ସଂଶୋଧିତ ହୋଇଥିବାବେଳେ PSU ବ୍ୟାଙ୍କ ସୂଚକାଙ୍କରେ ମଧ୍ୟ 5 ପ୍ରତିଶତରୁ ଅଧିକ ସଂଶୋଧନ ହୋଇଛି ।

ଅନ୍ୟପଟେ ବୈଶ୍ବିକ ବଜାରରେ ବ୍ରେଣ୍ଟ କ୍ରୁଡ ଆଜି 1.24 ପ୍ରତିଶତ ହ୍ରାସ ହୋଇ ବ୍ୟାରେଲ ପ୍ରତି 63.14 ଡଲାର ରହିଛି ।

ABOUT THE AUTHOR

...view details