ଓଡିଶା

odisha

By

Published : Dec 27, 2019, 6:15 PM IST

ETV Bharat / business

ବର୍ଷର ଶେଷ ଶୁକ୍ରବାରରେ ବମ୍ପର ବୃଦ୍ଧି, ଲକ୍ଷେ କୋଟି କମାଇଲେ ନିବେଶକ

ଅନ୍ତର୍ଜାତୀୟ ସେୟାର ବଜାର ଅଭିବୃଦ୍ଧି ପ୍ରଭାବରେ ଭାରତୀୟ ବଜାରରେ ଖୁସିର ଲହରି । ସପ୍ତାହର ଶେଷ କାରବାର ଦିନରେ ସେୟାର ସୂଚକାଙ୍କ ଜବରଦସ୍ତ ବୃଦ୍ଧି ସହ ବନ୍ଦ ହୋଇଛି ।

sensex surges over 350 points nifty 12200 above
ବର୍ଷର ଶେଷ ଶୁକ୍ରବାରରେ ବମ୍ପର ବୃଦ୍ଧି, ଲକ୍ଷେ କୋଟି କମାଇଲେ ନିବେଶକ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସେୟାର ବଜାର ଅଭିବୃଦ୍ଧି ପ୍ରଭାବରେ ଭାରତୀୟ ବଜାରରେ ଖୁସିର ଲହରୀ । ସପ୍ତାହର ଶେଷ କାରବାର ଦିନରେ ସେୟାର ସୂଚକାଙ୍କ ଜବରଦସ୍ତ ବୃଦ୍ଧି ସହ ବନ୍ଦ ହୋଇଛି । ଏଥିଯୋଗୁଁ ମାତ୍ର କେଇ ଘଣ୍ଟାରେ ନିବେଶକଙ୍କୁ 1 ଲକ୍ଷ କେଟିରୁ ଊର୍ଦ୍ଧ୍ବ ପ୍ରଫିଟ ମିଳିଛି ।

ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 340 ପଏଣ୍ଟ ବଢି 41,590 ରେ ପହଞ୍ଚିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 100 ପଏଣ୍ଟର ଅଭିବୃଦ୍ଧି ସହ 12,212ରେ କାରବାର ବନ୍ଦ କରିଛି । ଏଥିପାଇଁ ଆଜି (ଶୁକ୍ରବାର) ନିବେଶକଙ୍କ ପୂରା ମାଲାମାଲ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବର୍ଷର ଶେଷ ସପ୍ତାହରେ ଆମେରିକା ସମେତ ସମଗ୍ର ବିଶ୍ବର ସେୟାର ବଜାରରେ ନିବେଶକ ଜମେଇକି ଟଙ୍କା ଲଗାଉଛନ୍ତି । ଏଥିଯୋଗୁଁ ଭାରତୀୟ ବଜାରରେ ଅଭିବୃଦ୍ଧିର ଗତି ଲାଗି ରହିଛି ।

2019 ନିବେଶକଙ୍କ ପାଇଁ ବହୁତ କାଠିକର ରହିଛି । ହେଲେ ନୂଆ ବର୍ଷ 2020 ନିବେଶକଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ । ଟ୍ରେଡୱାର ସମାଧାନ ନେଇ ବୁଝମଣା ଓ ଅନ୍ତର୍ଜାତୀୟ ବଜାରରେ ସକରାତ୍ମକ ପ୍ରଭାବ ଦେଶ ଅର୍ଥନୀତିକୁ ମଜବୁତ କରିବ ।

ABOUT THE AUTHOR

...view details