ମୁମ୍ବାଇ: ଲକଡାଉନ 5 ଲାଗୁ ହୋଇଥିଲେ ସୁଦ୍ଧା ଆର୍ଥିକ ଗତିବିଧି ଚଳଚଞ୍ଚଳ ହୋଇଛି । ଉତ୍ପାଦନ ଆରମ୍ଭ ସହ କାମ ଚାଲିଛି । ଏଥିଯୋଗୁଁ ଅନଲକର ପ୍ରଥମ ଦିନରୁ ବଜାରରେ ଖୁସିର ମାହୋଲ । କାରବାର ଆରମ୍ଭରୁ ଉପରମୁହାଁ ସେୟାର ସୂଚକାଙ୍କ । ସେନସେକ୍ସ 33 ହଜାର ଡେଇଁଛି ।
ଅନଲକ -1: ଝୁମିଲା ବଜାର, 33 ହଜାର ଟପିଲା ସେନସେକ୍ସ
ସୋମବାର ସେୟାର ବଜାର ଖୋଲିବା ସହ ବିଏସଇ ସେନସେକ୍ସ 1218 ପଏଣ୍ଟ ଉଛୁଳିଛି । କାରବାର ଶେଷ ସୁଦ୍ଧା ସେନସେକ୍ସ 879 ପଏଣ୍ଟ ବୃଦ୍ଧି ପାଇ 33,303.52 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନିଫ୍ଟି 9800 ପଏଣ୍ଟ ଟିପିଛି । ଅଧିକ ପଢନ୍ତୁ..
ସୋମବାର ସେୟାର ବଜାର ଖୋଲିବା ସହ ବିଏସଇ ସେନସେକ୍ସ 1218 ପଏଣ୍ଟ ଉଛୁଳିଛି । କାରବାର ଶେଷ ସୁଦ୍ଧା ସେନସେକ୍ସ 879 ପଏଣ୍ଟ ବୃଦ୍ଧି ପାଇ 33,303.52 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 246 ପଏଣ୍ଟ ବୃଦ୍ଧି ପାଇ 9,826.15 ପଏଣ୍ଟରେ କାରବାର ବନ୍ଦ କରିଛି ।
କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ସମଗ୍ର ଦେଶର ମାର୍ଚ୍ଚ 25ରୁ ସମ୍ପୁର୍ଣ୍ଣ ଲକଡାଉନ ଜାରି ରହିଥିଲା । ତେବେ ଜୁନ ପହିଲାରୁ ଯଦିଓ କେତେକ ସ୍ଥାନରେ ଲକଡାଉନର କଡା କଟକଣା ରହିଛି ତେବେ ଆର୍ଥିକ ଗତିବିଧିକୁ ଚାଲୁ କରାଯାଇଛି । ଫଳରେ ବ୍ୟବସାୟ ବଢିବା ସହ ଅଭିବୃଦ୍ଧି ଫେରିବା ଆଶାରେ ନିବେଶକ ଖୁସି ଅଛନ୍ତି । ଏଥିଯୋଗୁଁ ପୁଞ୍ଜି ବଜାରରେ ସେୟାର ସୂଚକାଙ୍କ ବୃଦ୍ଧି ପାଉଛି ।