ଓଡିଶା

odisha

ETV Bharat / business

ମାର୍କେଟ ଅପଡେଟ: ପ୍ରଫିଟରେ କାରବାର, ମଜବୁତ ଟଙ୍କା - market update

କୋଭିଡ ସଂକ୍ରମଣ ବୃଦ୍ଧି ପରେ ବି ଏହାକୁ ଖାତିର ନ କରି ନିବେଶକ ଧାରଣା ମଜବୁତ । ମଙ୍ଗଳବାର କାରବାର ଉପରମୁହାଁ ରହିଥିଲା ବେଳେ ଟଙ୍କା ରହିଛି ଡଲାର ତୁଳନାରେ ସୁଦୃଢ । ଅଧିକ ପଢନ୍ତୁ..

Sensex surges 558 points as banking, metal stocks rise
ମାର୍କେଟ ଅପଡେଟ : ପ୍ରଫିଟରେ କାରବାର, ମଜବୁତ ଟଙ୍କା

By

Published : Apr 27, 2021, 10:06 PM IST

ମୁମ୍ବାଇ: ଲଗାତାର ଦ୍ବିତୀୟ ଦିନରେ ବଜାରରେ ଜାରି ରହିଛି ଅଭିବୃଦ୍ଧି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବ୍ୟତିତ ବ୍ୟାଙ୍କ ଓ ଆର୍ଥିକ କମ୍ପାନୀ ସେୟାର ରହିଛି ମଜବୁତ । ଫଳରେ ମଙ୍ଗଳବାର ବିଏସଇ ସେନସେକ୍ସ 558 ପଏଣ୍ଟ ଉଛୁଳି ବନ୍ଦ ହୋଇଛି ।

କୋଭିଡ ସଂକ୍ରମଣ ବୃଦ୍ଧି ପରେ ବି ଏହାକୁ ଖାତିର ନ କରି 30 ସେୟାର ଆଧାରିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେୟାର ସୂଚକାଙ୍କ ଆଜି 557.63 ପଏଣ୍ଟ ବଢି 48,944.14 ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 168.05 ପଏଣ୍ଟ ବଢି 14,653.05 ରେ ପହଞ୍ଚିଛି ।

ସେନସେକ୍ସ ସେୟାରରେ ସର୍ବାଧିକ ଲାଭରେ ଏଲ ଆଣ୍ଡ ଟି ରହିଛି । ଏଥିରେ 3.33 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଏହା ବ୍ୟତିତ ବଜାଜ ଫାଇନାନ୍ସ , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଇଣ୍ଡସଇଣ୍ଡ ବ୍ୟାଙ୍କ , ଏସବିଆଇ , ଏଚଡିଏଫସି ବ୍ୟାଙ୍କ ଓ ଭାରତୀ ଏୟାରଟେଲରେ ବି ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପଟେ ଏନଟିପିସି, କୋଟାକ ବ୍ୟାଙ୍କ, ନେସଲେ ଇଣ୍ଡିଆ , ଡ. ରେ଼ଡ୍ଡୀଜ ଓ ଆକ୍ସିସ ବ୍ୟାଙ୍କରେ ବି 0.54 ପ୍ରତିଶତ ହ୍ରାସ ରହିଛି ।

ସେପଟେ ଦ୍ବିତୀୟ ଦିନରେ ବି ଡଲାର ତୁଳନାରେ ଟଙ୍କା 7 ପଇସା ମଜବୁତ ହୋଇ 74.66 ରେ ବନ୍ଦ ହୋଇଛି ।

ସେହିଭଳି ଅନ୍ତରାଷ୍ଟ୍ରୀୟ ବଜାରରେ ବ୍ରେଣ୍ଟ କ୍ରୁଡ 0.51 ପ୍ରତିଶତ ବଢିବା ସହ ବ୍ୟାରେଲ ପ୍ରତି 65.36 ଡଲାରରେ ପହଞ୍ଚିଛି ।

ABOUT THE AUTHOR

...view details