ଓଡିଶା

odisha

ETV Bharat / business

ସମ୍ଭାଳୁଛି ବଜାର, ସେନସେକ୍ସ 30 ହଜାରରେ ବନ୍ଦ - ଲକଡାଉନର ଦ୍ବିତୀୟ ଦିନ

ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ପରେ ସମ୍ଭାଳିଛି ବଜାର । ଫେରିଛି ପ୍ରଫିଟ । 30 ହଜାର ନିକଟତର ସେନସେକ୍ସ, ନିଫ୍ଟି ମଧ୍ୟ ଉପରମୁହାଁ । ଏନେଇ ନିବେଶକ ଖୁସ ।

sensex soars over 14,00 points, nifty above 8,600 mark at close
ସମ୍ଭାଳୁଛି ବଜାର , ସେନସେକ୍ସ 30 ହଜାରରେ ବନ୍ଦ

By

Published : Mar 26, 2020, 7:01 PM IST

ନୂଆଦିଲ୍ଲୀ. ଲକଡାଉନ ଏ ପରେ ବି ବଜାର ଉଛୁଳୁଛି । ସେୟାର ସୂଚକାଙ୍କ ଉପରମୁହାଁ ସହ ବୃଦ୍ଧି ପାଉଛି । ଲଗାତାର 3 ଦିନ ଧରି ବଜାର ସବୁଜ ସଙ୍କେତରେ ବନ୍ଦ ହୋଇଛି । ଏଥିପାଇଁ ନିବେଶକଙ୍କୁ ପ୍ରାୟ 4.5 ଲକ୍ଷ କୋଟି ଟଙ୍କା ପ୍ରଫିଟ ମିଳିଛି ।

ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 1400 ପଏଣ୍ଟ ବଢି 29,946.77 ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 323 ପଏଣ୍ଟ ଅଭିବୃଦ୍ଧି ସହ 8641.45 ରେ ବନ୍ଦ ହୋଇଛି ।

induslnd ବ୍ୟାଙ୍କ ସେନସେକ୍ସର ଶ୍ରେଷ୍ଠ ସେୟାର ରହିଥିଲା ବେଳେ ଏୟାରେଟଲ, ବଜାଜ ଫାଇନାନ୍ସ, ବଜାଜ ଅଟୋ, କୋଟକ ବ୍ୟାଙ୍କ, ଏଚୟୁଏଲ ସେୟାର ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ।

ଦେଶରେ 21 ଦିନ ଲକଡାଉନ ଘୋଷଣା ପରେ କୋରୋନା ଭାଇରସ ସଂକ୍ରମଣ ବ୍ୟାପିବାରେ ଲଗାମ ଲାଗିବ ବୋଲି ଆଶା ରହିଛି । ଏପଟେ ଏହାର ମୁକାବିଲା ପାଇଁ ସରକାର ମଧ୍ୟ 1 ଲକ୍ଷ 70 ହଜାରର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଗରିବ, ମହିଳା, କର୍ମଚାରୀ, ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିରେ ଆଶ୍ବସ୍ତି ଦିଆଯାଇଛି ।

ଆଗକୁ ଉଦ୍ୟୋଗ ଜଗତ ପାଇଁ ମଧ୍ୟ କିଛି ଖାସ ଘୋଷଣା ସରକାର କରିପାରନ୍ତି ବୋଲି କୁହାଯାଇଛି ।

ABOUT THE AUTHOR

...view details