ଓଡିଶା

odisha

ETV Bharat / business

Share Market Update: ୪୫୦ ପଏଣ୍ଟ ଖସିଲା ସେନସେକ୍ସ - ନିଫ୍ଟି

କାରବାର ଆରମ୍ଭରେ ୪୫୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ । ଏଚଡିଏଫସି( HDFC) ଷ୍ଟକ ହୋଇଛି । ଅଧିକ ପଢନ୍ତୁ

Share Market Update: ୪୫୦ ପଏଣ୍ଟ ଖସିଲା ସେନସେକ୍ସ
Share Market Update: ୪୫୦ ପଏଣ୍ଟ ଖସିଲା ସେନସେକ୍ସ

By

Published : Jan 6, 2022, 1:39 PM IST

ମୁମ୍ବାଇ: ପୁଞ୍ଜି ବଜାରରେ କାରବାର ମାନ୍ଦା । ଗୁରୁବାର କାରବାର ଆରମ୍ଭରୁ ୪୫୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ(Sensex slumps over 450 pts) । ବିଶ୍ବ ବଜାରରେ ନକରାତ୍ମକ ଟ୍ରେଣ୍ଡ ମଧ୍ୟରେ ଏଚଡିଏଫସି(HDFC twins), ଇନଫୋସିସ୍(Infosys), ଟିସିଏସ(TCS) ସେୟାର ଖସିବା ସହ ବିଏସଇ ସୂଚକାଙ୍କ ସେନସେକ୍ସ ମଧ୍ୟ ହ୍ରାସ ପାଇଛି । ଆଜି କାରବାର ପ୍ରାରମ୍ଭରେ ସେନସେକ୍ସ 489.89 ପଏଣ୍ଟ ବା 0.81 ପ୍ରତିଶତ ଖସି 59,733.26 ପଏଣ୍ଟରେ କାରବାର କରୁଛି । ସେହିପରି ଆଜି ନିଫ୍ଟି(Nifty) ମଧ୍ୟ 142.95 ପଏଣ୍ଟ ବା 0.80 ପ୍ରତିଶତ ହ୍ରାସ ପାଇ 17,782.30 ପହଞ୍ଚିଛି ।

ସେନସେକ୍ସ ପ୍ୟାକରେ ଏଚଡିଏଫସି( HDFC) ସବୁଠୁ ଅଧିକ କ୍ଷତି ଅର୍ଜନ କରିଛି । ଏହାର ସେୟାର ମୂଲ୍ୟ ପ୍ରାୟ ୨ ପ୍ରତିଶତ ହ୍ରାସ ପାଇଛି । ଏଚଡିଏଫସି ପଛକୁ ଇଫୋସିସ୍( Infosys), କୋଟକ ବ୍ୟାଙ୍କ(Kotak Bank), ଟେକ୍ ମହିନ୍ଦ୍ରା(Tech Mahindra), ଏବଂ ଟିସିଏସ(TCS) ଷ୍ଟକଗୁଡିକର ମୂଲ୍ୟ ହ୍ରାସ ପାଇଛି । ଅପରପକ୍ଷେ, ଭାରତୀ ଏୟାରଟେଲ, ସନ ଫାର୍ମା, ଡ. ରେଡ୍ଡୀ ଏବଂ ଟାଟା ଷ୍ଟିଲ୍‌ର ସେୟାର ଚମକି ଥିବା ଦେଖାଯାଇଛି ।

ପୂର୍ବ ସେସନରେ, ୩୦ ସେୟାର ଆଧାରିତ ସୂଚକାଙ୍କ ସେନସେକ୍ସ 367.22 ପଏଣ୍ଟ ବା 0.61 ପ୍ରତିଶତ ବୃଦ୍ଧି ସହ 60,223.15 ପଏଣ୍ଟରେ ବନ୍ଦ ହୋଇଥିଲା । ସମାନ ଭାବେ ଏନଏସଇ(NSE) ନିଫ୍ଟି ମଧ୍ୟ 120 ପଏଣ୍ଟ ଉଛୁଳି 17,925.25ରେ ବନ୍ଦ ହୋଇଥିଲା । ତେବେ କେବଳ ଭାରତୀୟ ସେୟାର ମାର୍କେଟ ନୁହେଁ, ମଧ୍ୟବର୍ତ୍ତୀ କାଳୀନ ସେସନରେ ସାଙ୍ଘାଇ(Shanghai), ସିୟୋଲ(Seoul), ଟୋକିଓ(Tokyo) ଏବଂ ହଙ୍ଗକଙ୍ଗ(Hong Kong) ସେୟାର ବଜାର ମଧ୍ୟ ଧରାଶାୟୀ ରହିଛି ।

@PTI

ABOUT THE AUTHOR

...view details