ଓଡିଶା

odisha

By

Published : Apr 24, 2020, 7:07 PM IST

ETV Bharat / business

ପୁଣି ତଳମୁହାଁ ସେନସେକ୍ସ, ଟଙ୍କା ଦୁର୍ବଳ

ଶୁକ୍ରବାର ବଜାର ଅସ୍ଥିର ସହ ସେୟାର ସୂଚକାଙ୍କ ତଳମୁହାଁ ରହିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 535.86 ପଏଣ୍ଟ ଖସିଥିବା ବେଳେ ନିଫ୍ଟି 159.50 ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି ।

Sensex slumps 536 points; financial stocks lead fall
ପୁଣି ତଳମୁହାଁ ସେନସେକ୍ସ , ଟଙ୍କା ଦୁର୍ବଳ

ମୁମ୍ବାଇ: 2 ଦିନର ଅଭିବୃଦ୍ଧି ପରେ ପୁଣି ସପ୍ତାହର ଶେଷ କାରବାର ଦିନରେ ସେୟାର ବଜାରରେ ହ୍ରାସ ଦେଖାଦେଇଛି । ଶୁକ୍ରବାର ସେନସେକ୍ସ 536 ପଏଣ୍ଟ ଖସିଥିବା ବେଳେ ନିଫ୍ଟି 159 ପଏଣ୍ଚରୁ ଅଧିକ କମ ସହ ବନ୍ଦ ହୋଇଛି ।

ଶୁକ୍ରବାର ବଜାର ଅସ୍ଥିର ସହ ସେୟାର ସୂଚକାଙ୍କ ତଳମୁହାଁ ରହିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 535.86 ପଏଣ୍ଟ ଖସି 31,327.22 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଚି 159.50 ପଏଣ୍ଟ ହ୍ରାସ ପାଇ 9,154.40 ପଏଣ୍ଟରେ କାରବାର ବନ୍ଦ କରିଛି ।

କାରବାର ଆରମ୍ଭରେ ବ୍ୟାଙ୍କିଙ୍ଗ ସେୟାର ସର୍ବାଧିକ କ୍ଷତିରେ କାରବାର କରୁଥିଲା । କୋଟାକ ବ୍ୟାଙ୍କ , ବଜାଜ ଫାଇନାନ୍ସ, ଇଣ୍ଡସିଣ୍ଡ ବ୍ୟାଙ୍କ, ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କ ସେୟାର ରେଡ ଆଲର୍ଟରେ ରହିଥିଲା । ସେପଟେ ଏଚସିଏଲ, ସନଫାର୍ମା , ହିରୋମୋଟୋ କ୍ୟାପ, ଟେକ ମହିନ୍ଦ୍ରା ଓ ଏଲଏଣ୍ଡଟି ସେୟାର ବଢିଛି।

ଘରୋଇ ସେୟାର ବଜାର ହ୍ରାସ ଯୋଗୁଁ ଟଙ୍କା ଦୁର୍ବଳ ହୋଇଛି । ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 40 ପଇସା ହ୍ରାସ ପାଇ 76.46ରେ ବନ୍ଦ ହୋଇଛି ।

ABOUT THE AUTHOR

...view details