ଓଡିଶା

odisha

ETV Bharat / business

ସେନସେକ୍ସରେ 746 ପଏଣ୍ଟ ହ୍ରାସ, ନିଫ୍ଟିରେ ପ୍ରବଳ କ୍ଷତି

ବଜାରରେ ନୂଆ ମାଇଲଖୁଣ୍ଟ ସୃଷ୍ଟି ହେବା ପରେ ଶେଷ ସୁଦ୍ଧା ସେରମ ଇନଷ୍ଟିଚ୍ୟୁଟରେ ନିଆଁ ମଉଳାଇ ଦେଇଥିଲା ନିବେଶକଙ୍କ ଉତ୍ସାହ । ଅଧିକ ପଢନ୍ତୁ...

ସେନସେକ୍ସରେ 746 ପଏଣ୍ଟ ହ୍ରାସ , ନିପ୍ଟିରେ ପ୍ରବଳ କ୍ଷତି
ସେନସେକ୍ସରେ 746 ପଏଣ୍ଟ ହ୍ରାସ , ନିପ୍ଟିରେ ପ୍ରବଳ କ୍ଷତି

By

Published : Jan 22, 2021, 7:16 PM IST

ମୁମ୍ବାଇ: ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ , ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କ ଭଳି ବଡ କମ୍ପାନୀ କ୍ଷତିରେ ବନ୍ଦ ହୋଇଛି । ଫଳରେ ଶୁକ୍ରବାର ସେନସେକ୍ସ 746 ପଏଣ୍ଟ ସହ ଚିତପଟ୍ଟାଙ୍ଗ ଅଛି ।

ଭାରତୀୟ ସେୟାର ବଜାର ଗୁରୁବାର ନୂଆ ମାଇଲଖୁଣ୍ଟ ସୃଷ୍ଟି ହେବା ପରେ ଶେଷ ସୁଦ୍ଧା ସେରମ ଇନଷ୍ଟିଚ୍ୟୁଟରେ ନିଆଁ ମଉଳାଇ ଦେଇଥିଲା ନିବେଶକଙ୍କ ଉତ୍ସାହ । ସେନସେକ୍ସ ଓ ନିଫ୍ଟି ରେଡ ଆଲର୍ଟରେ ବନ୍ଦ ହୋଇଥିଲା । ତେବେ ଆଜି ବି ବୈଶ୍ବିକ ବଜାରରେ ମାନ୍ଦା ସଙ୍କେତ ଯୋଗୁଁ ଇକ୍ୟୁଟି ମାର୍କେଟରେ ବଡ ପରିମାଣର କ୍ଷତି ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 746.22 ପଏଣ୍ଟ କମି ଆଜି 48,878.54 ପଏଣ୍ଟ ରହିଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 218.45 ପଏଣ୍ଟ ଖସି 14,371.90 ପଏଣ୍ଟରେ କାରବାର ବନ୍ଦ କରିଛି ।

ସେନସେକ୍ସ କମ୍ପାନୀରେ ଆକ୍ସିସ ବ୍ୟାଙ୍କର ସେୟାର ସବୁଠୁ ଅଧିକ 4 ପ୍ରତିଶତ କମିଛି । ଏସିଆନ ପେଣ୍ଟସ, ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏଚଡିଏଫସି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ଅନ୍ୟପଟେ ବଜାଜ ଅଟୋ, ହିନ୍ଦୁସ୍ତାନ ୟୁନିଲିଭର , ଅଲ୍ଟ୍ରାଟେକ ସିମେଣ୍ଟ, ଟିସିଏସ, ବଜାଜ ଫିନସର୍ଭ ଓ ଇମ୍ଫୋସିସର ସେୟାର ଲାଭରେ ରହିଛି ।

ଅନ୍ୟ ଏସିଆ ବଜାରରେ ଚୀନର ସଂଘାଇ କମ୍ପୋଜିଟ, ହଂଗର ହ୍ୟାଙ୍ଗସେଙ୍ଗ , ଦକ୍ଷିଣ କୋରିଆର କସ୍ପି ଓ ଜାପାନର ନିକ୍କିରେ ହ୍ରାସ ଦେଖାଦେଇଛି ।

ଏଥିମଧ୍ୟରେ ବୈଶ୍ବିକ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ 1.80 ପ୍ରତିଶତ କ୍ଷତିରେ ବ୍ୟାରେଲ ପ୍ରତି 55.09 ଡଲାର ଅଛି ।

ABOUT THE AUTHOR

...view details