ମୁମ୍ବାଇ: ଘରୋଇ ବଜାରରେ ପ୍ରମୁଖ ସେୟାର ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ମଙ୍ଗଳବାର ସାମନ୍ୟ କ୍ଷତି ସହ ବନ୍ଦ ହୋଇଛି । ବିଶେଷ କରି ଆର୍ଥିକ କମ୍ପାନୀର ସେୟାର ଦୁର୍ବଳ ପଡିଛି । ତେବେ ବ୍ୟବସାୟୀଙ୍କ କହିବା ଅନୁସାରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ଓ ବିଦେଶୀ ନିବେଶକଙ୍କ ଦ୍ବାରା ସେଲଅଫ ଯୋଗୁଁ ବଜାର ଚାପରେ କାରବାର କରିଛି ।
ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 31.12 ପଏଣ୍ଚ ହ୍ରାସ ହୋଇ 50,363.96 ପଏଣ୍ଟରେ ବନ୍ଦ ହୋଇଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 19.05 ପଏଣ୍ଟ କମି 14,910.45 ପଏଣ୍ଟରେ ପହଞ୍ଚିଛି । ଏଭଳି ଭାବେ ବଜାରରେ ଲଗାତାର ତୃତୀୟ ଦିନ ଧରି ହ୍ରାସରେ କାରବାର ଶେଷ କରିଛି ।