ମୁମ୍ବାଇ: କୋରୋନା ସଙ୍କଟ ବଢିବାରେ ଲାଗିଛି । ଲକଡାଉନ ଅବଧି ବଢିବା ଆଶଙ୍କା ଘାରିଛି । ଏଥିମଧ୍ୟରେ ସେୟାର ବଜାର ଖସିଚାଲିଛି । ସୋମବାର ପ୍ରାୟ 470 ପଏଣ୍ଟ ହ୍ରାସ ପାଇ କାରବାର ବନ୍ଦ କରିଛି ସେନସେକ୍ସ ।
ନିବେଶକଙ୍କ ଘାରିଛି ଲକଡାଉନ ବୃଦ୍ଧି ଭୟ, ବଜାର ବେଲଗାମ - sensex slides
କୋରୋନା ସଙ୍କଟ ବଢିବାରେ ଲାଗିଛି । ଲକଡାଉନ ଅବଧି ବଢିବା ଆଶଙ୍କା ଘାରିଛି । ଏଥିମଧ୍ୟରେ ସେୟାର ବଜାରରେ ହ୍ରାସ ଜାରି ରହିଛି । ଅଧିକ ପଢ଼ନ୍ତୁ...
![ନିବେଶକଙ୍କ ଘାରିଛି ଲକଡାଉନ ବୃଦ୍ଧି ଭୟ, ବଜାର ବେଲଗାମ sensex slides 470 points nifty gives up 9k](https://etvbharatimages.akamaized.net/etvbharat/prod-images/768-512-6775895-thumbnail-3x2-bse.jpg)
ନିବେଶକଙ୍କ ଘାରିଛି ଲକଡାଉନ ବୃଦ୍ଧି ଭୟ,ବଜାର ବେଲଗାମ
ବିଶେଷ କରି ଏଚଡିଏଫସି, ରିଲାଏନ୍ସ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଓ ଆଇସିଆଇସିଆଇ ବ୍ୟାଙ୍କ ଭଳି ସେନସେକ୍ସର ପ୍ରମୁଖ ସେୟାର ହ୍ରାସ ଯୋଗୁଁ ବଜାର ଧରାଶାୟୀ ।
30 ସେୟାର ଉପରେ ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ ଏକ ସମୟରେ 30,474.15 ପଏଣ୍ଟ ତଳକୁ ଖସିଯାଇଥିଲା । ହେଲେ ଶେଷରେ ଏଥିରେ କିଛି ସୁଧାର ଆସିବା ସହ ସେନସେକ୍ସ 469.60 ପଏଣ୍ଟ ବଢି 30,690.02ରେ ବନ୍ଦ ହୋଇଛି । ସେହିଭଳି ଏନଏସଇ ନିଫ୍ଟି 118.05 ପଏଣ୍ଟ ଖସି 8,993.85ରେ ବନ୍ଦ ହୋଇଛି ।