ମୁମ୍ବାଇ:ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ଉପରମୁହାଁ ସେୟାର ବଜାର । ଗୁରୁବାର ପ୍ରାରମ୍ଭିକ କାରବାର ସମୟରେ ୪୫୦ ପଏଣ୍ଟରୁ ଅଧିକ ଉଛୁଳିଲା ପ୍ରମୁଖ ସେୟାର ସୂଚକାଙ୍କ ସେନସେକ୍ସ । ଆମେରିକା ଫେଡରଲ ରିଜର୍ଭ ସୂଚାଇଛି କି, ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଅର୍ଥନୀତି ସମର୍ଥିତ ପଦକ୍ଷେପଗୁଡିକୁ ସରଳ କରିପାରେ । ଯାହାପରେ ବିଶ୍ବର ସମସ୍ତ ସେୟାର ବଜାରରେ ବୃଦ୍ଧି ଦେଖାଯାଇଛି ।
ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 487.42 ପଏଣ୍ଟ ବୃଦ୍ଧି ସହ 59,414.75 ଥିଲା । ଏହି ସମୟରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି 142.50 ପଏଣ୍ଟ ବା ୦.୮୧ ପ୍ରତିଶତ ବୃଦ୍ଧି ସହ 17,689.15 ପହଞ୍ଚିଥିଲା ।