ଓଡିଶା

odisha

ETV Bharat / business

ମଜବୁତ ବିଦେଶୀ ସଙ୍କେତ, ଜୋରଦାର ଅଭିବୃଦ୍ଧିରେ ସେନସେକ୍ସ

ମଜବୁତ ବିଦେଶୀ ସଙ୍କେତ ମଧ୍ୟରେ ଭାରତୀୟ ସେୟାର ବଜାରରେ ଅଭିବୃଦ୍ଧି ଜାରି । ମଙ୍ଗଳବାର କାରବାର ଆରମ୍ଭରୁ ସେନସେକ୍ସ ଓ ନିଫ୍ଟିରେ ଜୋରଦାର ପ୍ରଫିଟ ।

ପ୍ରତିକାତ୍ମକ ଫଟୋ

By

Published : Oct 29, 2019, 1:36 PM IST


ମୁମ୍ବାଇ: ଜୋରଦାର ଅଭିବୃଦ୍ଧି ସହ ଉପରମୁହାଁ ସେନସେକ୍ସ । ମଙ୍ଗଳବାର କାରବାର ଆରମ୍ଭରୁ ଟାଟା ମୋଟର୍ସ, ରିଲାନ୍ସ ଇଣ୍ଡଷ୍ଟ୍ରୀ, ଟିସିଏସସ ସେୟାର ଦ୍ରୁତ ଗତିରେ ବଢିଛି । ଯେଉଁଥିପାଇଁ ସେନସେକ୍ସ 400 ପଏଣ୍ଟ ବୃଦ୍ଧିରେ କାରବାର କରୁଛି । ସେପଟେ ନିଫ୍ଟି ବି ଭଲ ପ୍ରଦର୍ଶନ ଜାରି ରଖିଛି ।


ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 410.87 ପଏଣ୍ଟ ବୃଦ୍ଧି ପାଇ 39,668.07 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 115 ପଏଣ୍ଟର ଅଭିବୃଦ୍ଧି ସହ 11,730.35 ରେ କାରବାର କରୁଛି ।


ଟାଟା ଷ୍ଟିଲ , ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ବେଦାନ୍ତ, ଟିସିଏସ ଓ ମାରୁତି ସେୟାର 3 ପ୍ରତିଶତ ପ୍ରଫିଟ କମାଉଛି । ଅନ୍ୟପଟେ ଏୟାରଟେଲ, ୟେସ ବ୍ୟାଙ୍କ, କୋଟାକ ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଏନଟିପିସି, ଏସିଆନ ପେଣ୍ଟସ, ପାୱାରଗ୍ରୀଡ ଓ ଏସବିଆଇ ସେୟାର ଆରମ୍ଭରୁ ହିଁ 4 ପ୍ରତିଶତ ତଳକୁ ଖସିଯାଇଛି ।

ABOUT THE AUTHOR

...view details