ମୁମ୍ବାଇ:ସେୟାର ବଜାରରେ ଉତ୍ସାହ । ଆଜି(ମଙ୍ଗଳବାର) କାରବାର ଆରମ୍ଭରୁ ୧୦୦ ପଏଣ୍ଟ ଉଛୁଳିଲା ସେନସେକ୍ସ । ଏସିଆନ ମାର୍କଟେ ଏବଂ ସ୍ଥାୟୀ ବିଦେଶୀ ପାଣ୍ଠି ପ୍ରବାହରେ ଦୁର୍ବଳ ଧାରା ସତ୍ତ୍ବେ ଆଜି ICICI ବ୍ୟାଙ୍କ, Infosys ଏବଂ L&T ସେୟାର ମୂଲ୍ୟ ବୃଦ୍ଧି ପରେ BSE ସେନସେକ୍ସ ୧୦୦ ପଏଣ୍ଟ ଚଢିଛି ।
ପ୍ରାରମ୍ଭିକ କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ ୧୧୮.୦୭ ପଏଣ୍ଟ ବା ୦.୨୦ ପ୍ରତିଶତରେ କାରବାର କରି ୬୦,୬୬୩.୬୮ରେ ପହଞ୍ଚିଥିଲା । ସମାନ ଭାବେ ନିଫ୍ଟି ମଧ୍ୟ ୩୬.୪୫ ପଏଣ୍ଟ ବା ୦.୨୦ ପ୍ରତିଶତ ବୃଦ୍ଧି ସହ ୧୮, ୧୦୫ ରହିଥିଲା ।