ଓଡିଶା

odisha

ETV Bharat / business

ଅଭିବୃଦ୍ଧିର ସହ ବଜାର ବନ୍ଦ, 9 ହଜାର ଟପିଲା ନିଫ୍ଟି

ଲଗାତାର ହ୍ରାସ ପରେ ବୁଧବାର ବଜାର ସବୁଜ ସଙ୍କେତର ସହ କାରବାର ବନ୍ଦ କରିଛି । ସେନସେକ୍ସ ଓ ନିଫ୍ଟି ଉପରମୁହାଁ ସହ ନିବେଶକଙ୍କୁ ପ୍ରଫିଟ ମିଳିଛି ।

sensex rises by more than 740
ଅଭିବୃଦ୍ଧିର ସହ ବଜାର ବନ୍ଦ, 9 ହଜାର ଟପିଲା ନିଫ୍ଟି

By

Published : Apr 22, 2020, 5:55 PM IST

ମୁମ୍ବାଇ: ଅଭିବୃଦ୍ଧିର ସହ ବନ୍ଦ ହୋଇଛି ବଜାର । ପ୍ରମୁଖ ସେୟାର ସୂଚକାଙ୍କ ସେନସେକ୍ସ 742 ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ନିଫ୍ଟି 9 ହଜାର ପାର କରିଛି ।

ଲଗାତାର ହ୍ରାସ ପରେ ବୁଧବାର ବଜାର ସବୁଜ ସଙ୍କେତର ସହ କାରବାର ବନ୍ଦ କରିଛି । ବମ୍ବେ ଷ୍ଟଟ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 742.84 ପଏଣ୍ଟ ବଢି 31,379.55 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 205 ପଏଣ୍ଟ ବଢି 9,187.30ରେ ବନ୍ଦ ହୋଇଛି ।

ଏହା ପୂର୍ବରୁ କାରବାର ମଧ୍ୟରେ ସେନସେକ୍ସ 200 ପଏଣ୍ଟରୁ ଅଧିକ ବଢିଥିଲା । ସେହିଭଳି ନିଫ୍ଟି 12.50 ପଏଣ୍ଟ ବଢି 9 ହଜାର ନିକଟତର ରହିଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ଉପରମୁହାଁ ଯୋଗୁଁ ବଜାରରେ ଖୁସିର ଲହରୀ ଖେଳିଯାଇଛି । ଯେତେବେଳେ କି ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ରହିଛି ।

ସେୟାର ବଜାର ତଥ୍ୟ ଅନୁସାରେ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ମଙ୍ଗଳବାର ପୁଞ୍ଜି ବଜାରରେ ମୋଟ ଘରୋଇ ଉତ୍ପାଦ ଉପରେ 2,095.93 କୋଟି ଟଙ୍କାର ଇକ୍ୟୁଟି ସେୟାର ବିକ୍ରି କରିଛନ୍ତି ।

ABOUT THE AUTHOR

...view details