ନୂଆଦିଲ୍ଲୀ: କାରବାର ସପ୍ତାହରେ ଶେଷ ଦିନରେ ହ୍ରାସ ବୃଦ୍ଧି ସହ ବଜାର ବନ୍ଦ । ବଜାର ଖୋଲିବା ଆରମ୍ଭରେ ତଳମୁହାଁ ସେୟାର ସୂଚକାଙ୍କ ପୁଣି ପ୍ରଫିଟ ସହ ଉଛୁଳିଛି । କାରବାର ଆରମ୍ଭରେ ସେନସେକ୍ସ 1,190.27 ପଏଣ୍ଟ ହ୍ରାସ ପାଇ 32,348.10ର ତଳ ସ୍ତରରେ ପହଞ୍ଚିଥିଲା । ପରେ ପୁଣି ଜୋରଦାର ଅଭିବୃଦ୍ଧି ସହ କମବ୍ୟାକ କରି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 242.52 ପଏଣ୍ଟ ବୃଦ୍ଧି ପାଇ 33,780.89ରେ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 70.90 ପଏଣ୍ଟ ବଢି 9,972.90 ରେ ବନ୍ଦ ହୋଇଛି ।
କାରବାର ବନ୍ଦ ସୁଦ୍ଧା କମବ୍ୟାକ କଲା ସେନସେକ୍ସ, ବଢିଲା ସୂଚକାଙ୍କ
1 ହଜାର ପଏଣ୍ଟରୁ ଊର୍ଦ୍ଧ୍ବ ହ୍ରାସ ହୋଇଥିବା ସେନସେକ୍ସ ସୂଚକାଙ୍କରେ ପୁଣି ଅଭିବୃଦ୍ଧି ଦେଖାଦେଇଛି । 243 ପଏଣ୍ଟ ଉଛୁଳିବା ସହ ସବୁଜ ସଙ୍କେତରେ ବନ୍ଦ ହୋଇଛି ବଜାର । ଅଧିକ ପଢନ୍ତୁ..
କାରବାର ବନ୍ଦ ସୁଦ୍ଧା କମବ୍ୟାକ କଲା ସେନସେକ୍ସ, ବଢିଲା ସୂଚକାଙ୍କ
ଆଜି କାରବାର ସମୟରେ ନିଫ୍ଟି 9,544.35 ପଏଣ୍ଟ ସହ ନିମ୍ନସ୍ତରକୁ ଖସିଥିଲା ।
ସେନସେକ୍ସରେ ସବୁଠୁ ଅଧିକ 7 ପ୍ରତିଶତ ବୃଦ୍ଧି ଏମଏଣ୍ଡଏମ ସେୟାରରେ ଦେଖିବାକୁ ମିଳିଛି । ଏହା ବ୍ୟତିତ ବଜାଜ ଫାଇନାନ୍ସ, ହିରୋ ମୋଟକପ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଟାଇଟନ ଓ ବଜାଜ ଅଟୋ ସେୟାରରେ ପ୍ରଫିଟ ନଜର ଆସିଛି ।
Last Updated : Jun 12, 2020, 5:59 PM IST