ଓଡିଶା

odisha

By

Published : Mar 30, 2021, 11:28 AM IST

ETV Bharat / business

ଉତ୍ସାହପୂର୍ଣ୍ଣ କାରବାର, ଆରମ୍ଭରୁ ସେନସେକ୍ସ 500 ପଏଣ୍ଟ ପାର

ଉଛୁଳୁଛି ସେୟାର ବଜାର। ସେନସେକ୍ସ 500 ପଏଣ୍ଟ ବୃଦ୍ଧି, ଏନଏସଇ ନିଫ୍ଟି 162 ପଏଣ୍ଟ ବୃଦ୍ଧି ପାଇ 14,670ରେ ପହଁଞ୍ଚିଛି। ଅଧିକ ପଢନ୍ତୁ...

ସେୟାର ବଜାର କାରବାର, ଆରମ୍ଭରୁ ସେନସେକ୍ସ 500 ପଏଣ୍ଟ ପାର
ସେୟାର ବଜାର କାରବାର, ଆରମ୍ଭରୁ ସେନସେକ୍ସ 500 ପଏଣ୍ଟ ପାର

ମୁମ୍ବାଇ: କାରବାର ଆରମ୍ଭରୁ ଉଛୁଳୁଛି ସେୟାର ବଜାର। ସେନସେକ୍ସ 500 ପଏଣ୍ଟ ବୃଦ୍ଧି ପାଇଛି। ଇଣ୍ଡେକ୍ସ ମେଜର୍ ଏଚଡିଏଫସି , ହଲ୍ ଏବଂ ଆଇସିଆଇସିଆଇ ବ୍ୟାଙ୍କରେ ଲାଭ ଏସୀୟ ସାଥୀମାନଙ୍କ ମଧ୍ୟରେ ସକରାତ୍ମକ ସୂଚକ ପାଇଁ ବଜାର ବେଶ ଉତ୍ସାହିତ ରହିଛି।

ସକାଳୁ ବିଏସଇ ସେନସେକ୍ସ 510.31 ପଏଣ୍ଟ ବୃଦ୍ଧି ପାଇ 49,518.81ରେ ପହଁଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 162 ପଏଣ୍ଟ ବୃଦ୍ଧି ପାଇ 14,670ରେ ପହଁଞ୍ଚିଛି।

ସେନସେକ୍ସ ପ୍ୟାକ୍ ବୃଦ୍ଧିରେ ଲାଭ ପାଇଥିବା ସଂସ୍ଥାମାନେ ହେଲେ ଏନଟିପିସି ଓଏନଜିସି, ଡଃ ରେଜ୍ଡି , ନେସଲେ ଇଣ୍ଡିଆ, ପାୱାର ଗ୍ରୀଡ, ଏଚ୍ଡିଏଫସି ଟ୍ୱିନ , ଆଇସିଆଇସିଆଇ ବ୍ୟାଙ୍କ । ତେବେ ଘରୋଇ ପୁଞ୍ଜି ବଜାର ହୋଲି ପାଇଁ ସୋମବାର କାରବାର ବନ୍ଦ ରହିଥିଲା।

ଏହା ପୂର୍ବରୁ ସେନସେକ୍ସ 568.38 ପଏଣ୍ଟ ବୃଦ୍ଧି ପାଇ 49,008,50ରେ ଶେଷ କାରବାର କରିଥିବା ବେଳେ ନିଫ୍ଟି 182.40 ପଏଣ୍ଟ ବୃ୍ଦ୍ଧି ପାଇ 14,507.30ରେ ସ୍ଥିର ରହିଥିଲା।

ABOUT THE AUTHOR

...view details