ଓଡିଶା

odisha

ETV Bharat / business

କାରବାର ଆରମ୍ଭରୁ ୩୦୦ ପଏଣ୍ଟ ଉଛୁଳିଲା ସେନସେକ୍ସ, ୧୮,୨୦୦ରେ କାରବାର କଲା ନିଫ୍ଟ - Sensex

କାରବାର ଆରମ୍ଭରେ ୩୦୦ ପଏଣ୍ଟ ଉଛୁଳିଲା ସେନସେକ୍ସ । ଟେକ୍ ମହିନ୍ଦ୍ରା ସେୟାରରେ ଦମଦାର ବୃଦ୍ଧି । ଅଧିକ ପଢନ୍ତୁ...

କାରବାର ଆରମ୍ଭରୁ ୩୦୦ ପଏଣ୍ଟ ଉଛୁଳିଲା ସେନସେକ୍ସ, ୧୮,୨୦୦ରେ କାରବାର କଲା ନିଫ୍ଟ
କାରବାର ଆରମ୍ଭରୁ ୩୦୦ ପଏଣ୍ଟ ଉଛୁଳିଲା ସେନସେକ୍ସ, ୧୮,୨୦୦ରେ କାରବାର କଲା ନିଫ୍ଟ

By

Published : Oct 26, 2021, 2:44 PM IST

ମୁମ୍ବାଇ:ସେୟାର ବଜାରରେ ଚମକ । କାରବାର ଆରମ୍ଭରୁ ଉଛୁଳିଲା ସେନସେକ୍ସ । ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ସହ ରିଲିଆନ୍ସ ଇଣ୍ଡଷ୍ଟ୍ରି, ଏଚଡିଏଫସି ବ୍ୟାଙ୍କ, ଟେକ୍ ମହିନ୍ଦ୍ରା ଆଦି କମ୍ପାନୀର ସେୟାର ମୂଲ୍ୟରେ ବୃଦ୍ଧି ପରେ ଆଜି (ମଙ୍ଗଳବାର) ପ୍ରାରମ୍ଭିକ କାରବାରରେ ୩୦୦ ପଏଣ୍ଟ ଉଛୁଳିଲା ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ ।

୩୦ ସେୟାର ଆଧାରିତ ସେନସେକ୍ସ ୩୧୮.୭ ପଏଣ୍ଟ ବା ୦.୫୧ ପ୍ରତିଶତ ସହ କାରବାର କରି ୬୧,୨୮୫.୭୫ ପଏଣ୍ଟରେ ପହଞ୍ଚିଥିଲା । ସମାନ ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ମଧ୍ୟ ୯୩.୭୫ ପଏଣ୍ଟ ବା ୦.୫୨ ପ୍ରତିଶତ ବୃଦ୍ଧି ସହ ୧୮,୨୧୯.୧୫ରେ କାରବାର କରିଛି । ସେନସେକ୍ସ ପ୍ୟାକରେ ଟେକ ମହିନ୍ଦ୍ରା ସେୟାର ମୂଲ୍ୟରେ ସର୍ବାଧିକ ବୃଦ୍ଧି ଆସିଛି । ୬ ପ୍ରତିଶତରୁ ଅଧିକ ବୃଦ୍ଧି ସହ ଏହା ଶୀର୍ଷରେ ରହିଛି । ସଫ୍ଟୱେୟାର ଏକ୍ସପୋର୍ଟର ସେପ୍ଟେମ୍ବର ତ୍ରୟ ମାସିକରେ ୨୬ ପ୍ରତିଶତ ବୃଦ୍ଧି ରେକର୍ଡ କରିବା ପରେ ଟେକ୍ ମହିନ୍ଦ୍ରା ସେୟାରରେ ଏପରି ହଲଚଲ ଆସିଛି ।

ପୂର୍ବ କାରବାର ଦିବସରେ ବିଏସଇ ସେନସେକ୍ସ ୧୪୫.୪୩ ପଏଣ୍ଟ ସହ ୬୦,୯୬୭.୦୫ରେ କାରବାର ବନ୍ଦ କରିଥିଲା । ସେହିପରି ନିଫ୍ଟ ମଧ୍ୟ ୧୦.୫୦ ପଏଣ୍ଟ ବା ୦.୦୬ ପ୍ରତିଶତ ବୃଦ୍ଧି ସହ ୧୮,୧୨୫.୪୦ରେ କାରବାର ବନ୍ଦ ହୋଇଥିଲା ।

@PTI

ABOUT THE AUTHOR

...view details