ଓଡିଶା

odisha

ଉଛୁଳୁଛି ସେୟାର ବଜାର, ଆରମ୍ଭରୁ ସେନସେକ୍ସ 300 ପଏଣ୍ଟ ବୃଦ୍ଧି

By

Published : Jan 8, 2021, 1:58 PM IST

ସବୁଜ ସଙ୍କେତରେ ଖୋଲିଲା ବଜାର। କାରବାର ଆରମ୍ଭରୁ ସେନସେକ୍ସ 300 ପଏଣ୍ଟ ବୃଦ୍ଧି ପାଇବା ସହ ନିଫ୍ଟି 101 ପଏଣ୍ଟରେ ପହଁଞ୍ଚିଛି। ଅଧିକ ପଢନ୍ତୁ...

ଉଛୁଳୁଛି ସେୟାର ବଜାର, ଆରମ୍ଭରୁ ସେନସେକ୍ସ 300 ପଏଣ୍ଟ ବୃଦ୍ଧି
ଉଛୁଳୁଛି ସେୟାର ବଜାର, ଆରମ୍ଭରୁ ସେନସେକ୍ସ 300 ପଏଣ୍ଟ ବୃଦ୍ଧି

ମୁମ୍ବାଇ: ସବୁଜ ସଙ୍କେତରେ ଖୋଲିଲା ବଜାର। ଇକ୍ୱିଟି ବେଞ୍ଚମାର୍କ ସେନସେକ୍ସ କାରବାର ବୃଦ୍ଧି ପାଇଛି। ସକରାତ୍ମକ ଧାରା ମଧ୍ୟରେ ମୁଖ୍ୟତ ଇଣ୍ଡେକ୍ସ ମେଜର୍ ଇନଫୋସିସ୍, ଟିସିଏସ୍ ଏବଂ ଏଚଡିଏଫସି ବ୍ୟାଙ୍କରେ ଲାଭ ହାସଲ କରିଛି। ବିଏସଇ ସୂଚକାଙ୍କ 328.75 ପଏଣ୍ଟ ବା 48,422.07 ରେ ଅଧିକ କାରବାର କରିଥିଲା। ସେହିଭଳି, ନିଫ୍ଟି 101.15 ପଏଣ୍ଟ କାରବାର କରି 14,238.50 ପ୍ରତିଶତକୁ ବୃଦ୍ଧି ପାଇଛି ।

ସେନ୍ସେକ୍ସ ଚାର୍ଟରେ ସନ୍ ଫାର୍ମା ସର୍ବାଧିକ ଲାଭକାରୀ ହୋଇ ପ୍ରାୟ 2 ପ୍ରତିଶତ ବୃଦ୍ଧି ପାଇ ଇନଫୋସିସ୍, ପାୱାରଗ୍ରିଡ୍, ଟିସିଏସ୍, ଟେକ୍ ମହିନ୍ଦ୍ରା, ଏଲ୍ ଆଣ୍ଡ ଟି ଏବଂ ବଜାଜ ଅଟୋ ରହିଥିଲେ। ଅନ୍ୟପକ୍ଷରେ, ଏଚଡିଏଫସି, ଟାଇଟାନ, କୋଟାକ୍ ବ୍ୟାଙ୍କ ଏବଂ ବଜାଜ ଫିନ୍ସର୍ଭ ପଛରେ ରହିଛନ୍ତି।

ପୂର୍ବ ଅଧିବେଶନରେ, ସେନସେକ୍ସ 80.74 ପଏଣ୍ଟ କମରେ ଶେଷ ହୋଇଥିଲା ଏବଂ ନିଫ୍ଟି 8.90 ପଏଣ୍ଟ ହ୍ରାସ ପାଇ 14,137.35 ରେ ପହଞ୍ଚିଛି। ବିନିମୟ ତଥ୍ୟ ଅନୁଯାୟୀ ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI) ଗୁରୁବାର 382.30 କୋଟି ଟଙ୍କାର ଅଂଶଧନ କ୍ରୟ କରିଥିବାରୁ ପୁଞ୍ଜି ବଜାରରେ ନେଟ କ୍ରେତା ଥିଲେ।

ABOUT THE AUTHOR

...view details