ଓଡିଶା

odisha

ETV Bharat / business

ସେନସେକ୍ସ 437 ପଏଣ୍ଟ ଚଢିଲା: ନିଫ୍ଟି 13,600 ପାର - ମାର୍କେଟ ରାଉଣ୍ଡଅପ

ଘରୋଇ ବଜାରରେ ଜବରଦସ୍ତ ବୃଦ୍ଧି । ନିବେଶକ ପ୍ରଫିଟ ପାଇଥିବାବେଳେ ସବୁଜରେ ବନ୍ଦ ହୋଇଛି ବଜାର । ଅଧିକ ପଢନ୍ତୁ..

ସେନସେକ୍ସ 437  ପଏଣ୍ଟ ଚଢିଲା , ନିଫ୍ଟି 13,600 ପାର
ସେନସେକ୍ସ 437 ପଏଣ୍ଟ ଚଢିଲା , ନିଫ୍ଟି 13,600 ପାର

By

Published : Dec 23, 2020, 6:53 PM IST

ମୁମ୍ବାଇ: ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ଇମ୍ଫୋସିସ, ହିନ୍ଦୁସ୍ତାନ ୟୁନିଲିଭର ଓ ଟାଟା କନ୍ସଲେଟସି ସର୍ବିସେସ ଭଳି ବଡ କମ୍ପାନୀର ସେୟାରରେ ବୃଦ୍ଧି ଦେଖାଦେଇଛି । ଫଳରେ ବୁଧବାର ସେନସେକ୍ସ 437 ପଏଣ୍ଟ ଉଛୁଳିଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 437.49 ପଏଣ୍ଟ ବଢିବା ସହ 46,444.18 ପଏଣ୍ଟରେ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 134.80 ପଏଣ୍ଟ ଉଛୁଳି 13,601.10 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର କମ୍ପାନୀ ମଧ୍ୟରେ ହିନ୍ଦୁସ୍ତାନ ୟୁନିଲିଭରର ସେୟାର ସର୍ବାଧିକ ଅଧିକ ପାଖାପାଖୀ 3 ପ୍ରତିଶତ ଚଢିଛି । ଇମ୍ଫୋସିସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା , ଆଇଟିସି , ଏସବିଆଇ , ଇଣ୍ଡସାଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏସିଆନ ପେଣ୍ଟସ ତଥା ଭାରତୀ ଏୟାରଟେଲ ସେୟାର ମଧ୍ୟ ଲାଭରେ ରହିଛି ।

ଅନ୍ୟପଟେ ଟାଇଟନ, ପାୱରଗ୍ରୀଡ ଓ ଏଣ୍ଟପିସି ସେୟାରରେ ହ୍ରାସ ଦେଖାଦେଇଛି । ରିଲାଏନ୍ସ ସିକ୍ୟୁରିଟିଜର ପ୍ରମୁଖ ରଣନୀତିଜ୍ଞ ବିନୋଦ ମୋଦି କହିଛନ୍ତି କି, ଘରୋଇ ବଜାର ସକରାତ୍ମକ ବୈଶ୍ବିକ ସଙ୍କେତ ଓ ଆଇଟି, ସରକାରୀ ବ୍ୟାଙ୍କ ଓ ଫାର୍ମା କମ୍ପାନୀ ସେୟାରରେ ଜବରଦସ୍ତ ସୁଧାର ଯୋଗୁଁ ଆରମ୍ଭର କ୍ଷତି ପରେ ପୁଣି ବଢିଛି ।

ଏଥିମଧ୍ୟରେ ବୈଶ୍ବିକ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳ ଦାମ ବୃଦ୍ଧି ପାଇ ବ୍ୟାରେଲ ପିଛା 50.14 ଡଲାର ରହିଛି ।

ABOUT THE AUTHOR

...view details