ମୁମ୍ବାଇ:ଗୋଟିଏ ଦିନର ପ୍ରବଳ ହ୍ରାସ ପରେ ପୁଣି ପ୍ରଫିଟ ସହ କମବ୍ୟାକ କରିଛି ଘରୋଇ ସେୟାର ବଜାର । ବ୍ୟାଙ୍କ ଓ ଆର୍ଥିକ କମ୍ପାନୀର ସେୟାରରେ ସେଲଅଫକୁ ଭଲ ସମର୍ଥନ ମିଳିବା ଦ୍ବାରା ବିଏସଇ ସେନସେକ୍ସ 432 ପଏଣ୍ଟ ଉଛୁଳିଛି ।
ବିଦେଶୀ ବଜାରରୁ ସକରାତ୍ମକ ସଙ୍କେତ ମଧ୍ୟରେ ଘରୋଇ ବଜାରରେ ମଜବୁତ ସଙ୍କେତ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ ଗୁରୁବାର 431.64 ପଏଣ୍ଟ ବଢି 44,259.74 ପଏଣ୍ଟରେ ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 128.60 ପଏଣ୍ଟ ବଢି 12,987 ରେ ବନ୍ଦ ହୋଇଛି ।