ଓଡିଶା

odisha

ETV Bharat / business

ସୋମବାର ବଜାର: ରେକର୍ଡ ପରେ 417 ପଏଣ୍ଟ ଖସିଲା ସେନସେକ୍ସ - monday market

ନୂଆଦିଲ୍ଲୀ: ସୋମବାର ଉଠାଣି-ଗଡାଣି ସହ ବନ୍ଦ ହୋଇଛି ବଜାର । ସେନସେକ୍ସ ଓ ନିଫ୍ଟି ରେଡ ସିଗନାଲରେ କାରବାର ବନ୍ଦ କରିଛି । ବଡ ବଡ କମ୍ପାନୀ ସେୟାର ହ୍ରାସ ଯୋଗୁଁ ଖସିଛି ସୂଚକାଙ୍କ ।

sensex plunges 416 points kotak bank tanks 5 percent
ସେମବାର ବଜାର: ରେକର୍ଡ ପରେ 417 ପଏଣ୍ଟ ଖସିଲା ସେନସେକ୍ସ

By

Published : Jan 20, 2020, 7:17 PM IST

ନୂଆଦିଲ୍ଲୀ: ସୋମବାର ଉଠାଣି-ଗଡାଣି ସହ ବନ୍ଦ ହୋଇଛି ବଜାର । ସେନସେକ୍ସ ଓ ନିଫ୍ଟି ରେଡ ସିଗନାଲରେ କାରବାର ବନ୍ଦ କରିଛି । ବଡ ବଡ କମ୍ପାନୀ ସେୟାର ହ୍ରାସ ଯୋଗୁଁ ଖସିଛି ସୂଚକାଙ୍କ ।

ତ୍ରୈୟମାସ ପରିମାଣରେ ଜୋରଦାର ବୃଦ୍ଧି ପ୍ରଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଓ ଟିସିଏସ ଭଳି ବଡ କମ୍ପାନୀ ସେୟାର ଉପରମୁହାଁ ରହିଛି । ଫଳରେ ସୋମବାର ଏକ ନିର୍ଦ୍ଦିଷ୍ଟ ସମୟରେ ସେନସେକ୍ସ ସର୍ବକାଳୀନ ରେକର୍ଡରେ ପହଞ୍ଚିଥିଲା । ପରେ ଏହା 416 ପଏଣ୍ଟକୁ ଖସିଯାଇଥିଲା ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ସମୟରେ 42,273.87 ପଏଣ୍ଟ ରେକର୍ଡ ସହ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ପରେ ଏହା ପୁଣି 416.46 ପଏଣ୍ଟ ଖସି 41,528.9 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 127.80ପଏଣ୍ଟ ହ୍ରାସ ପାଇ 12,224.55 ରେ ବନ୍ଦ ହୋଇଛି । ଏକ ସମୟରେ ନିପ୍ଟି ସୂଚକାଙ୍କ 12,430.50 ପଏଣ୍ଟ ସହ ଶୀର୍ଷ ସ୍ତରକୁ ଛୁଇଁଥିଲା ।

ସେନସେକ୍ସ କମ୍ପାନୀ ମଧ୍ୟରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ସର୍ବାଧିକ 4.70 ପ୍ରତିଶତ କମିଛି । ସୋମବାର ଜାରି ପରିମାଣରେ ବ୍ୟାଙ୍କ ଦର୍ଶାଇଛି ଯେ, ତୃତୀୟ ତ୍ରୈୟମାସରେ ଅନାଦେୟ ଋଣ ଭାର ବଢିଯାଇଥିଲା । ଏପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ ଓ ଟିସିଏସ ସେୟାର ମଧ୍ୟ 3.08 ପ୍ରତିଶତ କମିଛି । ଶୁକ୍ରବାର ବଜାର ବନ୍ଦ ପରେ ଏହି 3 କମ୍ପାନୀର ସେମାନଙ୍କ ତ୍ରୈୟମାସ ରିପୋର୍ଟ ଜାରି କରିଥିଲ । ତେବେ ପାୱାରଗ୍ରୀଡ କର୍ପୋରେସନରେ 3.75 ପ୍ରତିଶତ ପର୍ଯ୍ୟନ୍ତ ସେୟାର ବଢିଛି । ସେହିପରି ଭାରତୀ ଏୟାରଟେଲ, ଆଇଟିସି, ଏସିଆନ ପେଣ୍ଟସ, ଆଇସିଆଇସିଆଇ ବ୍ୟାଙ୍କ ଓ ଏଲଏଣ୍ଡଟି ସେୟାର ମଧ୍ୟ ବଢିଛି ।

କାବବାରୀଙ୍କ କହିବା ଅନୁଯାୟୀ, ବିଶେଷ କମ୍ପାନୀଙ୍କ ସହ ସେୟାର ବଜାର ରେକର୍ଡ ସ୍ତରରେ ରହିବା ୟୋଗୁଁ ନିବେଶଙ୍କ ଦ୍ବାରା ଲାଭ ଆଦାୟ କରାଯାଇଥିଲା । ଫଳରେ ସେୟାର ଖସିଛି ।

ABOUT THE AUTHOR

...view details