ମୁମ୍ବାଇ: ଭାରତୀୟ ସେୟାର ବଜାର ଉପରେ ବାଗଦାଦ ଏୟାରଷ୍ଟ୍ରାଇକ ପ୍ରଭାବ। ଖସିଚାଲିଛି ସେୟାରବଜାର। ସୋମବାର କାରବାର ଆରମ୍ଭରୁ 700 ପଏଣ୍ଟ ହ୍ରାସ ପାଇଛି ସେନସେକ୍ସ।
ପଶ୍ଚିମ ଏସିଆରେ ଉତ୍ତେଜନା ବଢୁଥିବା ଯୋଗୁଁ ବଜାରରେ ବିପୁଳ କ୍ଷତି ହେଉଛି ବୋଲି କାରବାରୀ କହିଛନ୍ତି।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 682.71 ପଏଣ୍ଟ କମି 40,781.90 ରେ ପହଞ୍ଚିଛି। ସେଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 204.25 ପଏଣ୍ଟ ହ୍ରାସ ପାଇ 12,022.40 ରେ କାରବାର କରୁଛି।
ସେନସେକ୍ସରେ ସୂଚୀବଦ୍ଧ ଏସବିଆଇର ସେୟାର ସର୍ବାଧିକ କମିଛି । ଏହା ବ୍ୟତିତ ଏସିଆନ ପେଣ୍ଟସ, ପାୱରଗ୍ରୀଡ, ମାରୁତି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଟା ଷ୍ଟିଲ, ଏନଟିପିସି, ଆଇସିଆିସିଆଇ ବ୍ୟାଙ୍କ ଓ ଏଚଡିଏଫସିରେ ସେୟାର ତଳମୁହାଁ ରହିଛି।
ଇରାନର ପ୍ରମୁଖ କମାଣ୍ଡର କାସିମ ସୁଲେମାନିଙ୍କୁ ହତ୍ୟା ପରେ ଇରାନ ପ୍ରତିଶୋଧ ନିଆଁରେ ଜଳୁଛି । ସେପଟେ ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ଭିତରେ ବଢୁଛି ବିଶ୍ବ ବଜାର ଚିନ୍ତା । ଫଳରେ ନିବେଶକ ଟଙ୍କା ଫେରସ୍ତ ନେଉଛନ୍ତି।