ଓଡିଶା

odisha

By

Published : Mar 2, 2020, 6:04 PM IST

ETV Bharat / business

ବଜାରରେ କୋରୋନା ଝଡ ଜାରି, ସୋମବାର ଖସିଲା ସେନସେକ୍ସ

କୋରୋନା ଝଡରେ ହୁଲସ୍ତୁଲ କାରବାର । ଭାରତରେ କୋରନା ଭାଇରସର 2 ନୂଆ ମାମଲା ସାମ୍ନାକୁ ଆସିବା ପରେ ସୋମବାର ସେୟାର ବଜାରରେ ଶୀଥିଳତା ଦେଖାଦେଇଛି ।

Sensex nosedives after India detects 2 cases of Coronavirus
ସୋମବାର ଖସିଲା ସେନସେକ୍ସ

ନୂଆଦିଲ୍ଲୀ: କୋରୋନା ଝଡରେ ହୁଲସ୍ତୁଲ କାରବାର । ଭାରତରେ କୋରନା ଭାଇରସର 2 ନୂଆ ମାମଲା ସାମ୍ନାକୁ ଆସିବା ପରେ ସୋମବାର ସେୟାର ବଜାରରେ ଶୀଥିଳତା ଦେଖାଦେଇଛି । ଏଥିଯୋଗୁଁ ଲଗାତାର 7 ସପ୍ତାହ ଧରି ପୁଞ୍ଜି ବଜାରରେ କ୍ଷତି ବଢିଚାଲିଛି । ଏ ନେଇ ଚିନ୍ତାରେ ନିବେଶକ ।

ସୋମବାର ଖସିଲା ସେନସେକ୍ସ

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 153.27 ପଏଣ୍ଟ ହ୍ରାସ ପାଇ 38,144.02ରେ କାରବାର ବନ୍ଦ କରିଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି ବି 69 ପଏଣ୍ଟ ଖସି 11,132.75ରେ ବନ୍ଦ ହୋଇଛି ।

କାରବାର ଆରମ୍ଭରେ ସେନସେକ୍ସ 786 ପଏଣ୍ଟ ଜୋରଦାର ବୃଦ୍ଧି ସହ 39,083.17 ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା । ହେଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଣଳୟ ଦ୍ବାରା କୋରୋନା ଭାଇରସର 2 ନୂଆ ମାମଲା ସାମ୍ନାକୁ ଆସିବା ପରେ ନିବେଶଙ୍କ ଚିନ୍ତା ବଢିବାରେ ଲାଗିଛି । ଫଳରେ ସେନସେକ୍ସ ଆଜିର ସର୍ବୋଚ୍ଚ ସ୍ତରରୁ 1300 ପଏଣ୍ଟ ଖସିଆସିଛି ।

ସେନସେକ୍ସରେ ସାମିଲ ଏସବିଆଇ, ଟାଟା ଷ୍ଟିଲ, ହିରୋ ମୋଟୋ କପ, ବଜାଜ ଅଟୋ ଓଏନଜିସି ଓ ଇଣ୍ଡସାଆଇଣ୍ଡ ବ୍ୟାଙ୍କ ସେୟାର ଖସିଛି । ସେପଟେ ନିଫ୍ଟିର ମଧ୍ୟ ଏଚସିଏଲ ଟେକ, ନେସ୍ଲେ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ ଓ ଇମ୍ପୋସିସ ଲାଭରେ ରହିଥିବା ଜଣାପଡିଛି ।

ABOUT THE AUTHOR

...view details