ଓଡିଶା

odisha

ETV Bharat / business

ରେଡ ଆଲର୍ଟରେ ସେନସେକ୍ସ ଓ ନିଫ୍ଟି - ନିଫ୍ଟି ତଳମୁହାଁ

ସେୟାର ବଜାରରେ କାରବାର ଆରମ୍ଭ ରେକର୍ଡ ବୃଦ୍ଧିରେ ହୋଇଥିଲାବେଳେ ଶେଷ ସୁଦ୍ଧା ସାମାନ୍ୟ ଖସିଛି ସେୟାର ସୂଚକାଙ୍କ । କାରବାର ଶେଷ ସୁଦ୍ଧା ସେନସେକ୍ସ ଓ ନିଫ୍ଟି ରେଡ ଆଲର୍ଟରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ରେଡ ଆଲର୍ଟରେ ସେନସେକ୍ସ ଓ ନିଫ୍ଟି
ରେଡ ଆଲର୍ଟରେ ସେନସେକ୍ସ ଓ ନିଫ୍ଟି

By

Published : Feb 9, 2021, 7:51 PM IST

ମୁମ୍ବାଇ: ମଜବୁତ ଗ୍ଲୋବାଲ ସଙ୍କେତ ମଧ୍ୟରେ ଘରୋଇ ସେୟାର ବଜାରରେ ଆଜି ହ୍ରାସ-ବୃଦ୍ଧି ଦେଖିବାକୁ ମିଳିଛି । ସେୟାର ବଜାରରେ କାରବାର ଆରମ୍ଭ ରେକର୍ଡ ବୃଦ୍ଧିରେ ହୋଇଥିଲାବେଳେ ଶେଷ ସୁଦ୍ଧା ସାମାନ୍ୟ ଖସିଛି ସେୟାର ସୂଚକାଙ୍କ । କାରବାର ଶେଷ ସୁଦ୍ଧା ସେନସେକ୍ସ ଓ ନିଫ୍ଟି ରେଡ ଆଲର୍ଟରେ ବନ୍ଦ ହୋଇଛି ।

ଆଇଟି, ଏଫଏମସିଜି, ଅଟୋ ଷ୍ଟକ ସେୟାର ସେଲ ଅଫ ଯୋଗୁଁ ବଜାରରେ ମାନ୍ଦା ପଡିଛି ଉପରମୁହାଁ ଥିବା ସେୟାର । ଆଜିର କାରବାର ମଧ୍ୟରେ ସେନସେକ୍ସ 487 ପଏଣ୍ଟ ସହ ସର୍ବୋଚ୍ଚ 51,835.86 ପଏଣ୍ଟରେ ପହଞ୍ଚିଥିବାବେଳେ ଶେଷ ସୁଦ୍ଧା 19.69 ପଏଣ୍ଟ ଖସି 51,329.08ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 6.50 ପଏଣ୍ଟ କମି 15,257.10ରେ ପହଞ୍ଚିଛି ।

ଏହା ପୂର୍ବରୁ ଫେବୃଆରୀ 8ରେ ସେନସେକ୍ସ ପ୍ରଥମ ଥର 51,000 ସ୍ତର ପାର କରିଥିଲା । ଆଜିର କାରବାରରେ M&Mସବୁଠୁ ଅଧିକ କ୍ଷତିରେ ରହିଥିଲାବେଳେ ଏସିଆନ ପେଣ୍ଟସ, ଓଏନଜିସି, ଟାଇଟନ, ଏଲ ଆଣ୍ଡ ଟି ଏବଂ ଆକ୍ସିସ ବ୍ୟାଙ୍କ ପ୍ରଫିଟରେ ରହିଛି । ଅନ୍ୟପଟେ ବଜାଜ ଫାଇନାନ୍ସ, ଆଇଟିସି, ସନ ଫାର୍ମା, ବଜାଜ ଅଟୋ, ବଜାଜ ଫିନସର୍ଭ , ଟିସିଏସ ହ୍ରାସ ହୋଇଛି ।

ABOUT THE AUTHOR

...view details