ଓଡିଶା

odisha

ETV Bharat / business

ବଜାରରେ ପଜିଟିଭ ଭାଇବ୍ସ, 42000 ନିକଟତର ସେନସେକ୍ସ - ସୋମବାର ବଜାର

ଆରମ୍ଭରୁ ବଜାରରେ ଅଭିବୃଦ୍ଧି ଜାରି। ଆମେରିକା-ଇରାନ ବିବାଦ ଥମିବା ପରେ ଉପର ମୁହାଁ ସେୟାର ସୂଚକାଙ୍କ। ସୋମବାର କାରବାର ଆରମ୍ଭରୁ 42000 ନିକଟତର ସେନସେକ୍ସ।

Sensex Nifty hit record highs Infosys rallies 4 pc
ଆରମ୍ଭରୁ ବଜାରରେ ଅଭିବୃଦ୍ଧି ଜାରି

By

Published : Jan 13, 2020, 11:26 AM IST

Updated : Jan 13, 2020, 2:28 PM IST

ନୂଆଦିଲ୍ଲୀ: ଆମେରିକା-ଇରାନ ବିବାଦ ଥମିବା ସହ ବଢିଚାଲିଛି ବଜାର ଅଭିବୃଦ୍ଧି। ସୋମବାର କାରବାର ଆରମ୍ଭରୁ ସେନସେକ୍ସ ଉପରମୁହାଁ ରହିଥିଲା ବେଳେ ନିଫ୍ଟି ମଧ୍ୟ 12 ହଜାର 300 ଉପରେ କାରବାର କରୁଛି।

ସୋମବାର ବଜାର ଖୋଲିବାର କିଛି ସମୟ ଭିତରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 250 ପଏଣ୍ଟ ବଢି 41,849.86 କାରବାର କରୁଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି ପାଖାପାଖି 81ପଏଣ୍ଟ ଅଭିବୃଦ୍ଧି ସହ 12,296.70 ରେ ଚାଲିଛି।

ଶୁକ୍ରବାର ଭଳି ସୋମବାର ମଧ୍ୟ ଇମ୍ପୋସିସର ସେୟାର ଟପରେ ରହିଛି। ସେହିପରି ସନ ଫାର୍ମା, ଏଚସିଏଲ ଟେକ, ଆଇଟିସି, ଟାଟା ଷ୍ଟିଲ, ଆଇସିଆଇସିଆଇ ବ୍ୟାଙ୍କ ଏବଂ କୋଟକ ବ୍ୟାଙ୍କର ସେୟାର ସବୁଜ ସଙ୍କେତରେ କାରବାର କରୁଛି। ସେପଟେ ଟିସିଏସ, ମାରୁତି ଏବଂ ଏଚଡିଏଫସି ସେୟାର ରେଡ ଆଲର୍ଟରେ କାରବାର କରୁଛି।

ଗତ ଶୁକ୍ରବାର ସେନସେକ୍ସ 147.37 ପଏଣ୍ଟ ଅଭିବୃଦ୍ଧି ସହ 41,599.72 ଏବଂ ନିଫ୍ଟି 40.90 ପଏଣ୍ଟ ବୃଦ୍ଧି ସହ 12,256.80ରେ କାରବାର ବନ୍ଦ କରିଥିଲା।

Last Updated : Jan 13, 2020, 2:28 PM IST

ABOUT THE AUTHOR

...view details