ମୁମ୍ବାଇ: ଲଗାତାର 5 କାରବାର ଦିବସରେ ହ୍ରାସ ହେବା ପରେ ସାମାନ୍ୟ ମଜବୁତ ହୋଇଛି ପୁଞ୍ଜି ବଜାର । ମଙ୍ଗଳବାର ସେୟାର ସୂଚକାଙ୍କ ଉପରମୁହାଁ ରହିଛି । ଏଥି ଭିତରେ ବୈଶ୍ବିକ ବଜାରରେ ମିଳିଥିବା ମିଶ୍ରିତ ସଙ୍କେତ ମଧ୍ୟରେ ନିବେଶକମାନେ ଉର୍ଜା , ବ୍ୟାଙ୍କିଙ୍ଗ ଓ ଢାଞ୍ଚାଗତ ସେକ୍ଟର କମ୍ପାନୀ ସେୟାରରେ ନିବେଶ କରିଛନ୍ତି ।
ବ୍ୟବସାୟୀ କହିଛନ୍ତି କି କୋଭିଡ-19ର ମାମଲା ବଢିବା ଓ କ୍ରୟ ନେଇ ପ୍ରୋତ୍ସାହନ ଅଭାବ ମଧ୍ୟରେ ନିବେଶକଙ୍କ ଧାରଣା ପ୍ରଭାବିତ ହୋଇଛି । କାରବାର ସମୟରେ 667.46 ପଏଣ୍ଟ ପରିସରରେ ହ୍ରାସ-ବୃଦ୍ଧି ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 7.09 ପଏଣ୍ଟ ବଢି 49,751.41 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ନିଫ୍ଟିର ସୂଚକାଙ୍କ ମଧ୍ୟ 32.10 ପଏଣ୍ଟ ଉଛୁଳି 14,707.80 ପଏଣ୍ଟରେ ପହଞ୍ଚିଛି ।