ଓଡିଶା

odisha

ETV Bharat / business

ମାର୍କେଟ ଅପଡେଟ: ବଜାରରେ ବୃଦ୍ଧି ଜାରି, ଟଙ୍କା 29 ପଇସା ମଜବୁତ - ବଜାରରେ ବୃଦ୍ଧି ଜାରି

ଆମେରକୀୟ ଡଲାର ତୁଳନାରେ ଟଙ୍କା ସୁଦୃଢ ଯୋଗୁଁ ବଜାର ଧାରଣାକୁ ବଳ ମିଳିଛି । ଏଥିମଧ୍ୟରେ ବୈଶ୍ବିକ ତେଲ ମାନକ ବ୍ରେଣ୍ଟ କ୍ରୁଡ 1.36 ପ୍ରତିଶତ ବୃଦ୍ଧି ସହ ବ୍ୟାରେଲ ପ୍ରତି 67.69 ଡଲାର ରହିଛି । ଅଧିକ ପଢନ୍ତୁ..

Sensex, Nifty end marginally higher on F&O expiry
Sensex, Nifty end marginally higher on F&O expiry

By

Published : Apr 29, 2021, 9:38 PM IST

ମୁମ୍ବାଇ: ଲଗାତାର 4 ଦିନ ଧରି ଘରୋଇ ସେୟାର ବଜାରରେ ବୃଦ୍ଧି ଜାରି ରହିଛି । ଆମେରିକା ଫେଡରାଲ ରିଜର୍ଭର ଉଦାରବାଦୀ ନୀତି ବଜାୟ ରଖିବା ନିର୍ଣ୍ଣୟ ପାଇଁ ବୈଶ୍ବିକ ସେୟାର ବଜାରରେ ଉତ୍ସାହ ଓ ସ୍ଥାନୀୟ ବଜାରରେ କାରବାର ସାମାନ୍ୟ ଭଲ ରହିଛି ।

ଆମେରକୀୟ ଡଲାର ତୁଳନାରେ ଟଙ୍କା ସୁଦୃଢ ଯୋଗୁଁ ବଜାର ଧାରଣାକୁ ବଳ ମିଳିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ 32.10 ପଏଣ୍ଟ ବଢିବା ସହ 49,765.94 ପଏଣ୍ଟରେ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 30.35 ପଏଣ୍ଟ ବଢି 14,894.90 ରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ ସର୍ବାଧିକ ଲାଭରେ ବଜାଜ ଫିନସର୍ଭ ରହିଛି । ଏଥିରେ 6.60 ପ୍ରତିଶତ ବଢିଛି । ଏହା ବ୍ୟତୀତ ବଜାଜ ଫାଇନାନ୍ସ, ଆକ୍ସିସ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଇଣ୍ଡସଇଣ୍ଡ ବ୍ୟାଙ୍କ, ଡ. ରେଡ୍ଡୀଜ ଓ ସନ ଫାର୍ମା ବି ମଜବୁତ ରହିଛି ।

ଏଥିମଧ୍ୟରେ ବୈଶ୍ବିକ ତେଲ ମାନକ ବ୍ରେଣ୍ଟ କ୍ରୁଡ 1.36 ପ୍ରତିଶତ ବୃଦ୍ଧି ସହ ବ୍ୟାରେଲ ପ୍ରତି 67.69 ଡଲାର ରହିଛି । ସେପଟେ ଡଲାର ତୁଳନାରେ ଟଙ୍କା 29 ପଇସା ମଜବୁତ ହୋଇ 74.07 ରେ ପହଞ୍ଚିଛି ।

ABOUT THE AUTHOR

...view details