ଓଡିଶା

odisha

ETV Bharat / business

ଅସ୍ଥିର କାରବାର, ସାମାନ୍ୟ ଲାଭରେ ବନ୍ଦ ବଜାର - sensex hike

ସରକାର ଟୀକାକରଣ ଅଭିଯାନକୁ ତୀବ୍ର ଓ ସଂକ୍ରମଣ ରୋକିବାକୁ ଲକଡାଉନ, କର୍ଫ୍ୟୁ ଭଳି ପଦକ୍ଷେପ ନେଇଥିବାରୁ ନିବେଶକଙ୍କ ଧାରଣା ମଜବୁତ ହୋଇଛି । ଯାହା ଫଳରେ ଆଜି ସେୟାର ସୂଚକାଙ୍କ ଉପରମୁହାଁ ରହିଛି । ଅଧିକ ପଢନ୍ତୁ..

ଅସ୍ଥିର କାରବାର, ସାମାନ୍ୟ ଲାଭରେ ବନ୍ଦ ବଜାର
ଅସ୍ଥିର କାରବାର, ସାମାନ୍ୟ ଲାଭରେ ବନ୍ଦ ବଜାର

By

Published : Apr 16, 2021, 7:06 PM IST

ମୁମ୍ବାଇ: ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ କାରବାର ସପ୍ତାହର ଶେଷ ଦିନରେ ସାମନ୍ୟ ବୃଦ୍ଧିରେ ବନ୍ଦ ହୋଇଛି ଘରୋଇ ବଜାର । ହ୍ରାସ -ବୃଦ୍ଧି ମଧ୍ୟରେ ଶୁକ୍ରବାର ସେନସେକ୍ସ ସାମାନ୍ୟ ପ୍ରଫିଟ କମେଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 28.35 ପଏଣ୍ଟ ବଢି 48,832.03 ପଏଣ୍ଟରେ ପହଞ୍ଚିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 36.4 ପଏଣ୍ଟ ଉଛୁଳି 14,617.85 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସ କମ୍ପାନୀରେ ଏସିଆନ ପେଣ୍ଟସର ସେୟାର ସବୁଠୁ ଅଧିକ ପ୍ରାୟ 2 ପ୍ରତିଶତ ବଢିଛି । ଅଲ୍ଟ୍ରାଟେକ ସିମେଣ୍ଟ , ଓଏନଜିସି , ସନଫାର୍ମା , ଏଚସିଏଲ ଟେକ ଓ ନେସଲେ ଇଣ୍ଡିଆର ସେୟାର ମଧ୍ୟ ଲାଭରେ ରହିଛି । ଅନ୍ୟପଟେ ଆଇସିଆଇସିଆଇ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏଲଏଣ୍ଡଟି , ଟିସିଏସ , ଇମ୍ଫୋସିସ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାରରେ ହ୍ରାସ ହୋଇଛି ।

ସରକାର ଟୀକାକରଣ ଅଭିଯାନକୁ ତୀବ୍ର ଓ ସଂକ୍ରମଣ ରୋକିବାକୁ ଲକଡାଉନ , କର୍ଫ୍ୟୁ ଭଳି ପଦକ୍ଷେପ ନେଇଥିବାକୁ ନିବେଶକଙ୍କ ଧାରଣା ମଜବୁତ ହୋଇଛି । ଯାହା ଫଳରେ ଆଜି ସେୟାର ସୂଚକାଙ୍କ ଉପରମୁହାଁ ରହିଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପ୍ରତି 0.40 ପ୍ରତିଶତ ବଢିବା ସହ 67.21 ଡଲାରରେ ପହଞ୍ଚିଛି ।

ABOUT THE AUTHOR

...view details