ନୂଆଦିଲ୍ଲୀ: ଦଶହରା ଛୁଟି ପରେ ବଜାରରେ ପଜେଟିଭ ଭାଇବ୍ସ । ଉପରମୁହାଁ ସେୟାର ସୂଚକାଙ୍କ । ସବୁଜରେ କାରବାର । କିନ୍ତୁ 38 ହଜାର ତଳେ ସେନସେକ୍ସ ।
ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 96 ପଏଣ୍ଟ ବଢି 37,628 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 26.55 ପଏଣ୍ଟର ଅଭିବୃଦ୍ଧି ସହ 11,152,95ରେ କାରବାର ଆରମ୍ଭ କରିଛି ।
ଆମେରିକା ଓ ଚୀନ ମଧ୍ୟରେ ହେବାକୁ ଥିବା ବେପାର ବୁଝାମଣାକୁ ନେଇ ଅନିଶ୍ଚିତତା ବଢୁଛି । ଏ ନେଇ ବିଦେଶୀ ନିବେଶକ ଦୋଦପାଞ୍ଚରେ । ଯେଉଁଥିପାଇଁ ଭାରତୀୟ ସେୟାର ବଜାର ଭାରୀ ମାତ୍ରାରରେ ପ୍ରଭାବିତ ହେଉଛି ।
ତେବେ ବୃଦ୍ଧି ପାଉଥିବା ସେୟାର ମଧ୍ୟ ଆଇସିଆଇସିଆଇ ବ୍ୟାଙ୍କ, କୋଟକ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏସିଆନ ପେଣ୍ଟର୍ସ ଓ ଏଚଡିଏଫସି ବ୍ୟାଙ୍କ ଆଦି ରହିଛି । ସେହିପରି ଦୁର୍ବଳ ହେଉଥିବା ସେୟାର ମଧ୍ୟରେ ୟସ ବ୍ୟାଙ୍କ , ଏଚସିଏୱ ଟେକ, ଓଏନଜିସି , ଟିସିଏସ, ଟାଟା ଷ୍ଟିଲ ଓ ଇମ୍ଫୋସିସ ଆଦି ସେୟାର ରହିଛି । ପ୍ରକାଶ ଥାଉ ଯେ, ସୋମବାର ସେନସେକ୍ସ 142 ପଏଣ୍ଟ ଖସିଥିବା ବେଳେ ନିଫ୍ଟି 48.35 ପଏଣ୍ଟ ହ୍ରାସ ସହ କାରବାର ବନ୍ଦ ହୋଇଥିଲା ।