ମୁମ୍ବାଇ: ସୂଚନା ପ୍ରଯୁକ୍ତିବିଦ୍ୟା ଓ ବ୍ୟାଙ୍କ ସେୟାରରେ ଅଭିବୃଦ୍ଧି ଯୋଗୁଁ ଗୁରୁବାର ସେୟାର ବଜାରରେ ଖୁସିର ଲହରୀ ଖେଳିଯାଇଛି । ସେନସେକ୍ସ 483.53 ପଏଣ୍ଚ ଉଛୁଳିଥିବା ବେଳେ ନିଫ୍ଟି 9,300 ଉଦ୍ଧ୍ବ ପଏଣ୍ଟରେ ବନ୍ଦ ହୋଇଛି । କୋରୋନା ପ୍ରଭାବିତ ଅର୍ଥନୀତିକୁ ଭିଟାମିନ ଦେବା ପାଇଁ ସରକାରଙ୍କ ଆଉ ଏକ ଆର୍ଥିକ ପ୍ୟାକେଜ ଆଣିବା ସଙ୍କେତରେ ନିବେଶକ ଉତ୍ସାହିତ ଅଛନ୍ତି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 483.53 ପଏଣ୍ଟ ବୃଦ୍ଧି ପାଇ 31,863.08 ପଏଣ୍ଚରେ ବନ୍ଦ ହୋଇଥିଲା । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 126.60 ପଏଣ୍ଚ ବଢି 9,313.90 ପଏଣ୍ଟରେ ବନ୍ଦ ହୋଇଛି ।