ଓଡିଶା

odisha

ETV Bharat / business

ମାର୍କେଟ ଅପଡେଟ: ସେନସେକ୍ସର ବଡ ଲମ୍ଫ, ଟଙ୍କା 30 ପଇସା ସୁଦୃଢ

ସେୟାର ବଜାରରେ ଉତ୍ସାହ ଜାରି । ସେପଟେ ଡଲାର ତୁଳନାରେ ଟଙ୍କା ବି ସୁଦୃଢ । ହେଲେ ବଢିଛି ଅଶୋଧିତ ତୈଳ ଦାମ । ନଜର ପକାନ୍ତୁ ଆଜିର କାରବାର ଉପରେ ..

ମାର୍କେଟ ଅପଡେଟ: ସେନସେକ୍ସର ବଡ ଲମ୍ଫ ,  ଟଙ୍କା 30 ପଇସା ସୁଦୃଢ
ମାର୍କେଟ ଅପଡେଟ: ସେନସେକ୍ସର ବଡ ଲମ୍ଫ , ଟଙ୍କା 30 ପଇସା ସୁଦୃଢ

By

Published : Apr 28, 2021, 9:41 PM IST

ମୁମ୍ବାଇ: ଲଗାତାର ତୃତୀୟ ଦିନ ଧରି ବଜାରରେ ଉତ୍ସାହ ଜାରି । ବୁଧବାର ସେୟାର ବଜାରରେ ବିଏସଇ ସେନସେକ୍ସ 790 ପଏଣ୍ଟ ଉଛୁଳିଛି । ବୈଶ୍ବିକ ସ୍ତରରେ ମଜବୁତ ସଙ୍କେତ ମଧ୍ୟରେ ଆର୍ଥିକ କମ୍ପାନୀ ପାଇଁ ସେୟାରରେ ସେଲଅଫ ଯୋଗୁଁ ବୃଦ୍ଧି ଦେଖାଦେଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ 789.70 ପଏଣ୍ଟ ବଢି 49,733.84 ପଏଣ୍ଟରେ ବନ୍ଦ ହୋଇଛି । ଏଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 211.50 ପଏଣ୍ଟ ବୃଦ୍ଧି ହୋଇ 14,864.55 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ ବଜାଜ ଫାଇନାନ୍ସ ସର୍ବାଧିକ ଲାଭରେ ରହିଛି । ଏହା ବ୍ୟତିତ ଇଣ୍ଡସଇଣ୍ଡ ବ୍ୟାଙ୍କ , ବଜାଜ ଫିନସର୍ଭ , ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ବ୍ୟାଙ୍କ, ଏସବିଆଇ , ବଜାଜ ଅଟୋ ଓ ଏଚଡିଏଫସି ବ୍ୟାଙ୍କରେ ବି ବୃଦ୍ଧି ଦେଖାଦେଇଛି ।

ଅନ୍ୟପଟେ ନେସଲେ ଇଣ୍ଡିଆ , ଏଚସିଏଲ ଟେକ, ଏଲ ଆଣ୍ଡ ଟି , ଡ ରେଡ୍ଡୀଜ ଓ ଟିସିଏସ ଆଦି ସେୟାରରେ ହ୍ରାସ ଦେଖାଦେଇଛି ।

ଏଥିମଧ୍ୟରେ ବ୍ରେଣ୍ଟ କ୍ରୁଡ 0.23 ପ୍ରତିଶତ ବଢି ବ୍ୟାରେଲ ପ୍ରତି 65.82 ଡଲାର ରହିଛି । ସେପଟେ ଘରୋଇ ବଜାରରେ ଭାରୀ ବୃଦ୍ଧି ଯୋଗୁଁ ଡଲାର ତୁଳନାରେ ଟଙ୍କାର ବିନିମୟ ଦର 30 ପଇସା ମଜବୁତ ହୋଇଛି । ବୁଧବାର ଟଙ୍କା 2 ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆଜି ଡଲାର ତୁଳନାରେ ଟଙ୍କା 74.36 ରହିଛି ।

ABOUT THE AUTHOR

...view details