ଓଡିଶା

odisha

By

Published : Nov 20, 2020, 6:39 PM IST

ETV Bharat / business

282 ପଏଣ୍ଟ ଉଛୁଳିଲା ସେନସେକ୍ସ, ନିଫ୍ଟି 12850 ପାର

ଗୋଟିଏ ଦିନର ହ୍ରାସ ପରେ ପୁଞ୍ଜି ବଜାରରେ ଉତ୍ସାହର ଲହରୀ । ସେନସେକ୍ସ ଓ ନିଫ୍ଟି ଉପରମୁହାଁ । ଅଧିକ ପଢନ୍ତୁ..

282 ପଏଣ୍ଟ ଉଛୁଳିଲା ସେନସେକ୍ସ , ନିଫ୍ଟି 12850 ପାର
282 ପଏଣ୍ଟ ଉଛୁଳିଲା ସେନସେକ୍ସ , ନିଫ୍ଟି 12850 ପାର

ମୁମ୍ବାଇ: ବିଦେଶୀ ନିବେଶକଙ୍କ ଜାରି ନିବେଶ ତଥା ବୈଶ୍ବିକ ବଜାରରେ ଅଭିବୃଦ୍ଧି ମଧ୍ୟରେ ଘରୋଇ ସେୟାର ବଜାର ସବୁଜରେ ବନ୍ଦ ହୋଇଛି । ସପ୍ତାହରେ ଶେଷ କାରବାର ଦିନରେ ସେନସେକ୍ସ ଓ ନିଫ୍ଟି ପ୍ରବଳ ପ୍ରଫିଟ ସହ ଉପରମୁହାଁ ରହିଛି ।

ଏଚଡିଏଫସି ବ୍ୟାଙ୍କ, କୋଟାକ ବ୍ୟାଙ୍କ ଓ ବଜାଦ ଫାଇନାନ୍ସକୁ ନିବେଶକଙ୍କ ସମର୍ଥନ ମିଳିବା ଦ୍ବାରା ବିଏସଇ ସେନସେକ୍ସ ଆଜି 282.29 ପଏଣ୍ଟ ମଜବୁତ ହୋଇ 43,882.25 ପଏଣ୍ଟରେ ବନ୍ଦ ହୋଇଛି । ଏଭଳି ଭାବେ ଏନଏସଇ ନିଫ୍ଟି 87.35 ପଏଣ୍ଟ ବଢି 12,859.05 ରେ ପହଞ୍ଚିଛି ।

ସେନସେକ୍ସର କମ୍ପାନୀଗୁଡିକ ମଧ୍ୟରେ ବଜାଜ ଫିନସର୍ଭ ସର୍ବାଧିକ 9 ପ୍ରତିଶତରୁ ଅଧିକ ବୃଦ୍ଧିରେ ରହିଛି । ଏହା ବ୍ୟତିତ ଟାଇଟନ , ବଜାଜ ଫାଇନାନ୍ସ , କୋଟାକ ବ୍ୟାଙ୍କ, ଭାରତୀ ଏୟାରେଟସ , ନେସଲେ ଇଣ୍ଡିଆ ଓ ଏଣ୍ଟିପିସିର ସ୍ଥାନ ରହିଛି । ଅନ୍ୟପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଇଣ୍ଡସାଇଣ୍ଡ ବ୍ୟାଙ୍କ, ସନ ଫାର୍ମା, ଆକ୍ସିସ ବ୍ୟାଙ୍କ , ଓନଜିସି ଓ ଏଚୟୁଏଲର ସେୟାର ହ୍ରାସରେ ରହିଛି ।

ସେପଟେ ଅଶୋଧିତ ତୈଳର ଅନ୍ତରାଷ୍ଟ୍ରୀୟ ବ୍ରେଣ୍ଟ କ୍ରୁଡର ଦାମ ବ୍ୟାରେଲ ପ୍ରତି 0.41 ପ୍ରତିଶତ ବଢି 44.38 ଡଲାର ରହିଛି ।

ABOUT THE AUTHOR

...view details