ଓଡିଶା

odisha

ETV Bharat / business

ସେୟାର ବଜାରର ସର୍ବକାଳୀନ ରେକର୍ଡ, ସେନସେକ୍ସ 52,000 ପାର୍ - Sensex hits 52,000-mark

ଉଛୁଳୁଛି ପୁଞ୍ଜିବଜାର। ଆଜି ପୁଣି 524 ପଏଣ୍ଟ ବୃଦ୍ଧି ପାଇ 52 ହଜାର 068 ପଏଣ୍ଟରେ କରୁଛି କାରବାର । ନିଫ୍ଟି ମଧ୍ୟ 138.80 ପଏଣ୍ଟ ଲମ୍ଫ ମାରି 15 ହଜାର 302 ପଏଣ୍ଟରେ କରୁଛି କାରବାର । ଅଧିକ ପଢନ୍ତୁ...

ସେୟାର ବଜାରର ସର୍ବକାଳୀନ ରେକର୍ଡ, ସେନସେକ୍ସ 52,000 ପାର୍
ସେୟାର ବଜାରର ସର୍ବକାଳୀନ ରେକର୍ଡ, ସେନସେକ୍ସ 52,000 ପାର୍

By

Published : Feb 15, 2021, 12:00 PM IST

ନୂଆଦିଲ୍ଲୀ: ଉଛୁଳୁଛି ସେୟାର ବଜାର। ଆଜି ମାର୍କେଟ କାରବାର ସର୍ବକାଳୀନ ସ୍ତରକୁ ବୃଦ୍ଧି ପାଇଛି। ସୋମବାର ସେନସେକ୍ସ 52,000 ମାର୍କ ଅତିକ୍ରମ କରିଛି। ତେବେ ବିଶ୍ବସ୍ତରୀୟ ସକରାତ୍ମକ ସୂତ୍ର ମଧ୍ୟରେ ଦୃଢ ତ୍ରୟ ମାସିକ କର୍ପୋରେଟ୍ ଲାଭ ହୋଇଛି।

କାରବାର ଆରମ୍ଭରୁ ବିଏସଇ ସେନସେକ୍ସ 463.71 ପଏଣ୍ଟ ବୃଦ୍ଧି ପାଇ 52,008.01 ଥିବାବେଳେ ଏନଏସଇ ନିଫ୍ଟି 126.25 ପଏଣ୍ଟ ବୃଦ୍ଧି ପାଇ 15,289.55 ରେକର୍ଡ କରିଛି । ଜାପାନ ବାହାରେ ଏସିଆ-ପାସିଫିକ୍ ସେୟାରଗୁଡିକର ଏମଏସର ବ୍ୟାପକ ସୂଚକାଙ୍କ 0.4% କୁ ବୃଦ୍ଧି ହୋଇ 736.4ରେ ପହଞ୍ଚିଛି।

ଚତୁର୍ଥ ତ୍ରୟ ମାସରେ ଦେଶର ଆର୍ଥିକ ପୁନରୁଦ୍ଧାର ମନ୍ଥର ସତ୍ତ୍ବେ ଜାପାନର ନିକ୍କୋ 1.1% ବୃଦ୍ଧି ପାଇଛି ବୋଲି ରଏଟର୍ସ ରିପୋର୍ଟରେ ଦର୍ଶାଯାଇଛି।

ABOUT THE AUTHOR

...view details