ମୁମ୍ବାଇ: ଇତିହାସ ରଚିଲା ସେୟାର ମାର୍କେଟ । ବୁଧବାର ସେନସେକ୍ସ 300 ପଏଣ୍ଟର ଲମ୍ବା ଲମ୍ଫ ମାରି ରେକର୍ଡ ସୃଷ୍ଟି କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିର ସେୟାର ସର୍ବାଧିକ ବୃଦ୍ଧି ହୋଇଛି । ସେନସେକ୍ସ 40,816.38 ପଏଣ୍ଟ ସହ ଉଚ୍ଚତର ସ୍ତରରେ ପହଞ୍ଚିପାରିଛି ।
ବୁଧବାର କାରାବାର ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 181.94 ପଏଣ୍ଟ ବଢି 40,651.64ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 12,000 ପଏଣ୍ଟ ପାର କରିଥିଲା । ପରେ ଏହା ହ୍ରାସ ବୃଦ୍ଧି ସହ 11,999.10ରେ ବନ୍ଦ ହୋଇଛି ।